ଫସଲ ବୀମା ଅଧୀନରେ କୃଷକ ପଞ୍ଜିକରଣ ସଂପର୍କିତ ବୈଠକ | News Room Odisha

ଫସଲ ବୀମା ଅଧୀନରେ କୃଷକ ପଞ୍ଜିକରଣ ସଂପର୍କିତ ବୈଠକ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କୃଷକମାନେ ସେମାନଙ୍କର ନାମ ବୀମା ପୋର୍ଟାଲରେ ପଞ୍ଜିକରଣ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସଂପର୍କରେ ଏକ ବୈଠକ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ତଥା ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ,କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଭୟ ବିଭାଗର ବରିଷ୍ଠ ପଦାଧୀକାରୀ ଉପସ୍ଥିତ ଥିଲେ । ସମସ୍ତ ଜିଳ୍ଲାର ଜିଲ୍ଲାପାଳ, ଜିଲ୍ଲା ସମବାୟ ନିବନ୍ଧକ ବିଡିଓ, କୃଷି ଅଧୀକାରୀ ଓ ସମବାୟ ସମିତିର କାର୍ଯ୍ୟରତ ସଦସ୍ୟ ଆଭାସୀ ମାଧ୍ଯମରେ ବୈଠକରେ ଯୋଗ ଦେଇଥୁଲେ ।

ପୂର୍ବ ନିର୍ଦ୍ଧାରିତ ଅନୁସାରେ ଆଗାମୀ ଜୁଲାଇ ୩୧ ତାରିଖ ସୁଦ୍ଧା ସମସ୍ତ କୃଷକମାନେ ନିଜ ନିଜର ନାମ ବୀମା ପୋର୍ଟାଲରେ ପଂଜୀକରଣ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଏ ବର୍ଷ ମୌସୁମୀ ବିଳମ୍ବିତ ହୋଇଥୁବାରୁ ଓ ବୀମା ପୋର୍ଟାଲରେ ବିଭିନ୍ନ କାରଣରୁ ପଞ୍ଜିକରଣ ବିଳମ୍ବିତ ହେଉଥୁବାରୁ ଏଥି ପାଇଁ ସମୟସୀମା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। କିନ୍ତୁ ଯେ ପର୍ଯ୍ୟନ୍ତ ସମୟ ବୃଦ୍ଧି ନ ଘଟିଛି ଆଗାମୀ ଜୁଲାଇ ୩୧ ସୁଦ୍ଧା ସମସ୍ତ ଚାଷୀମାନଙ୍କର ନାମ ପଂଜୀକରଣ କରିବାକୁ ବୈଠକରେ ଜିଲ୍ଲାପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମୀକ୍ଷା ବୈଠକରେ ଖରିଫ-୨ ୦୨ ୩ ବର୍ଷର ଫସଲ ବୀମା ସ୍ଥିତି ଉପସ୍ଥାପନ କରାଯାଇଥୁଲା । ଧାନ, ହରଡ, ମକା, ଚିନାବାଦାମ, ମାଣ୍ଡିଆ, କପା, ଅଦା, ହଳଦି ଆଦି ୮ ଟି ଫସଲକୁ ବୀମାଭୁକ୍ତ କରିବା ପାଇଁ ଏ ବର୍ଷ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏ ସଂପର୍କରେ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଜିଲ୍ଲାରେ କେତେ ସଂଖ୍ୟକ ଚାଷୀମାନଙ୍କର ପଂଜୀକରଣ କରାଯିବ ଏକ ସମ୍ଭାବ୍ୟ ସଂଖ୍ୟା କୃଷି ବିଭାଗ ତରଫରୁ ପଠାଯାଇଛି । ଅନୁଷ୍ଠିତ ବୈଠକରେ ଧାର୍ଯ୍ୟ ଲକ୍ଷ୍ୟ ସଂପୂର୍ଣ୍ଣ କରି ଚାଷୀମାନଙ୍କର ଯେତେ ଅଧ୍ଵକ ସଂଖ୍ୟକ ନାମ ପଂଜୀକରଣ ହେବ, ତାହା ସଂପୂର୍ଣ୍ଣ କରିବାକୁ କୁହାଯାଇଛି । ଆଗାମୀ ୨୯ ଓ ୩୦ ତାରିଖ ୨ ଦିନ ଛୁଟି ଥୁବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ, କୃଷି ବିଭାଗ ସମସ୍ତେ ସହଯୋଗ କରି କାର୍ଯ୍ୟ ତ୍ବରାନ୍ବିତ କରି ଚାଷୀମାନଙ୍କର ବୀମା କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।