ବାଲେଶ୍ଵର – ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ପଣପଣା ପଞ୍ଚାୟତ ସରସତିଆ ଜେନା ସାହିରେ ଗଣେଶ ପୂଜା ଭୋଗ ଖାଇ ୪୦ ଜଣ ଅସୁସ୍ଥ ହୋଇପଡ଼ିଛି। ୨୦ ଜଣ ଅସୁସ୍ଥ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଆଉ ୨୦ ଜଣଙ୍କୁ ମେଡିକାଲ ଟିମ୍ ଗାଁରେ ଚିକିତ୍ସା କରିଛନ୍ତି। ଗଣେଶ ପୂଜା ପରେ ଗାଁ ଲୋକେ ଅପରାହ୍ନରେ ସମସ୍ତେ ପଞ୍ଚାମୃତ ଭୋଗ ସେବନ କରିଥିଲେ। ଯେଉଁମାନେ ପ୍ରସାଦ ସେବନ କରିଥିଲେ, ଆଜି ଭୋରରୁ ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଭୋଗ ଖାଇଥିବା ଲୋକଙ୍କ ଅସୁସ୍ଥତା ପଛରେ ଫୁଡ୍ ପଏଜନ ସନ୍ଦେହ କରାଯାଉଛି।