ମୃତଦେହ ଚିହ୍ନଟ ପାଇଁ କେବଳ ଭୁବନେଶ୍ୱର ଏମ୍ସ ଯିବାକୁ ପୂର୍ବତଟ ରେଳପଥର ଅପିଲ | News Room Odisha

ମୃତଦେହ ଚିହ୍ନଟ ପାଇଁ କେବଳ ଭୁବନେଶ୍ୱର ଏମ୍ସ ଯିବାକୁ ପୂର୍ବତଟ ରେଳପଥର ଅପିଲ

ଭୁବନେଶ୍ବର – ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି । ଚିହ୍ନଟ ୨୦୫ ଜଣ ଯାତ୍ରୀଙ୍କ ମୃତଦେହକୁ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ବାକି ୮୩ ମୃତ ଯାତ୍ରୀଙ୍କ ପରିଚୟ ଏବେ ବି ମିଳିପାରିନି । ତେବେ ବାହାନଗା ବଜାର ଟ୍ରେନ ଦୁର୍ଘଟଣାରେ ମୃତକ ମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ଏମ୍ସରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଅନୁରୋଧ କରାଯାଇଛି ।

ଭିନ୍ନ ଭିନ୍ନ ହସ୍ପିଟାଲରେ ମୃତଦେହ ରଖାଯାଉଥିବାରୁ, ସେଗୁଡିକ ଚିହ୍ନଟ ହେବାରେ ସମସ୍ୟା ଦେଖାଦେଉଥିଲା । ସମ୍ପର୍କୀୟମାନେ ଜାଣି ପାରୁନଥିଲେ କେଉଁ ହସ୍ପିଟାଲ ଯାଇ ତାଙ୍କ ଲୋକଙ୍କୁ ଖୋଜିବେ । ଏହାକୁ ଦୃଷ୍ଟିରେ ରଖି କେବଳ ଏମ୍ସରେ ହିଁ ମୃତଦେହ ରଖିବାକୁ ନିଷ୍ପତ୍ତି ହୋଇଛି ।