ଓଡ଼ିଶା ବାହାରର ପ୍ରିଣ୍ଟିଂ ପ୍ରେସରୁ ଲିକ୍ ହୋଇଥିଲା ଓଏସଏସସି ଜେଇ ପ୍ରଶ୍ନପତ୍ର : ବାଲେଶ୍ଵର ଏସପି | News Room Odisha

ଓଡ଼ିଶା ବାହାରର ପ୍ରିଣ୍ଟିଂ ପ୍ରେସରୁ ଲିକ୍ ହୋଇଥିଲା ଓଏସଏସସି ଜେଇ ପ୍ରଶ୍ନପତ୍ର : ବାଲେଶ୍ଵର ଏସପି

ଭୁବନେଶ୍ୱର – ଓଏସଏସସିର ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ପୋଲିସ ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇଛି। ଏହି ମାମଲାରେ ବିହାରରୁ ମାଷ୍ଟରମାଇଣ୍ଡ ଓ ଅନ୍ୟ ୭ ଜଣଙ୍କୁ ଗିରଫ କରାଯାଇଛି। ଓଡିଶା ବାହାରର ଏକ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ବାଲେଶ୍ଵର ଏସପି ସାଗରିକା ନାଥ କହିଛନ୍ତି। ପ୍ରଶ୍ନପତ୍ର ଲିକ୍‌ ପଛରେ ପ୍ରିଣ୍ଟିଂ ପ୍ରେସ୍‌ର ହେଲପର ରହିଛି। ହେଲପର ପ୍ରଶ୍ନପତ୍ର ଆଣି ମାଷ୍ଟରମାଇଣ୍ଡକୁ ଦେଇଥିଲେ । ହେଲପର ଓ ମାଷ୍ଟରମାଇଣ୍ଡଙ୍କ ଘର ଗୋଟିଏ ଗାଁରେ ବୋଲି ଏସପି ସୂଚନା ଦେଇଛନ୍ତି।

ଜୁଲାଇ ୧୨ରେ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଆଣିଥିଲେ ମାଷ୍ଟରମାଇଣ୍ଡ । ୧୫ ତାରିଖ ରାତିରେ ଆଶାୟୀଙ୍କୁ ପ୍ରଶ୍ନପତ୍ର ଦେବାକୁ ଯୋଜନା ହୋଇଥିଲା ବୋଲି ଏସପି ସାଗରିକା ନାଥ କହିଛନ୍ତି। ଓଡ଼ିଶାରୁ କୌଣସି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ମିଳିନାହିଁ ବୋଲି ବାଲେଶ୍ବର ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।