ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅବସରପ୍ରାପ୍ତ ମାର୍କେଟିଂ ଇନ୍ସପେକ୍ଟରଙ୍କୁ ଜେଲ୍ ଦଣ୍ଡାଦେଶ | News Room Odisha

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅବସରପ୍ରାପ୍ତ ମାର୍କେଟିଂ ଇନ୍ସପେକ୍ଟରଙ୍କୁ ଜେଲ୍ ଦଣ୍ଡାଦେଶ

ଜୟପୁର – ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭିଯୁକ୍ତ ହୋଇଥିବା ରାୟଗଡ଼ା ଜିଲ୍ଲା କାଶୀପୁରର ଅବସରପ୍ରାପ୍ତ ମାର୍କେଟିଂ ଇନ୍ସପେକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ରେଣୁବାଳା ପାଣିଗ୍ରାହୀଙ୍କୁ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଦେବା ସହ ୧୦ ହଜାର ଲେଖାଏଁ ଜରିମାନା ମଧ୍ୟ ଲଗାଇଛନ୍ତି। ଜରିମାନା ଅନାଦେୟ ଆଉ ତିନି ମାସ ଲେଖାଏଁ ସେମାନେ ଜେଲରେ ରହିବେ ବୋଲି ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ଆଦେଶ ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପ୍ରଫୁଲ୍ଲ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଏବେ ପ୍ରଫୁଲ୍ଲ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କ ପେନସନ ବନ୍ଦ ପାଇଁ ପଦକ୍ଷେପ ନେବ ଓଡ଼ିଶା ଭିଜିଲାନ୍ସ।