ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ | News Room Odisha

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ

ଭୁବନେଶ୍ୱର – ଜଗତସିଂହପୁର ଜିଲ୍ଲା ଭାରଣା ସର୍କଲ ରାଜସ୍ୱ ନିରୀକ୍ଷକ ରମାକାନ୍ତ ବେହେରାଙ୍କୁ ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ ଟିମ୍ । ଭାଗବଣ୍ଟା ସମ୍ପର୍କିତ ମାମଲାରେ ପୃଥକ ଜମିପଟ୍ଟା ପ୍ରଦାନ ପାଇଁ ସେ ଜଣେ ବ୍ୟକ୍ତିଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସ ବିଭାଗରେ ଅଭିଯୋଗ କଲା ପରେ ରାଜସ୍ୱ ନିରୀକ୍ଷକଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା । ଆଜି ରାଜସ୍ୱ ନିରୀକ୍ଷକ ଲାଞ୍ଚ ଟଙ୍କା ନେବାବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଲାଞ୍ଚ ଟଙ୍କା ଜବତ କରାଯିବା ସହ ରାଜସ୍ୱ ନିରୀକ୍ଷକଙ୍କ ଦୁଇଟି ଠିକଣାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚଢ଼ାଉ କରିଛି ଭିଜିଲାନ୍ସ।