ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ : ଖେଳାଳିଙ୍କ ଜୀବନରେ ପୁଷ୍ଟିଶସ୍ୟର ମହତ୍ତ୍ଵ ରହିଛି | News Room Odisha

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ : ଖେଳାଳିଙ୍କ ଜୀବନରେ ପୁଷ୍ଟିଶସ୍ୟର ମହତ୍ତ୍ଵ ରହିଛି

ଭୁବନେଶ୍ଵର – ଆଜି ଅନ୍ତର୍ଜାତୀୟ ପୁଷ୍ଟିଶସ୍ଯ ସମ୍ମିଳନୀ – ୨୦୨୩ ଅବସରରେ “ମାଣ୍ଡିଆ – ଆଧୁନିକ ଆହ୍ଵାନ ପାଇଁ ପୁରାତନ ପୁଷ୍ଟିଶସ୍ଯ’ ବିଷୟ ଭପରେ ଅନୁଷ୍ପିତ ହୋଇଥିବା ଆଲୋଚନାଚକ୍ରରେ କ୍ରୀଡାବିତମାନଙ୍କର ଖାଦ୍ୟରେ ପୁଷ୍ଟିଶସ୍ଯ ପୋଷକତତ୍ତ୍ୱର ମହତ୍ତ୍ଵ ଉପରେ ଆଲୋକପାତ କରାଯାଇଥିଲା । କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଆର. ଭିନିଲ କ୍ରିଷ୍ଣା ଓ ବିଭାଗୀୟ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସଙ୍କ ମିଳିତ ଅଧ୍ୟକ୍ଷତାରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହେଇଥୁଲା ।

ଆନ୍ତର୍ଜାତୀୟ ପୁଷ୍ଟିଶସ୍ଯ ବର୍ଷ ପାଳନ ଅନୁକ୍ରମରେ ଓଡ଼ିଶା ମିଲେଟସ ମିଶନ ଏବଂ କ୍ରୀଡା ଓ ଯୁବସେବା ବିଭାଗର ସହଭାଗିତା ଏକ ମହତ୍ତ୍ଵପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଆର. ଭିନିଲ କ୍ରିଷ୍ମା ମତବ୍ଯକ୍ତ କରିଥ୍‌ଲେ । ମିଲେଟକୁ ସୁପରଫୁଡ ଭାବେ ଅଭିହିତ କରି ଭିନିଲ କ୍ରିଷ୍ଣା କହିଲେ ଯେ କ୍ରୀଡ଼ାବିତଙ୍କ ଉଚ୍ଚମାନର ପ୍ରଦର୍ଶନ ଲାଗି ଯେଉଁ ପୋଷକ ତତ୍ତ୍ଵର ଆବଶ୍ୟକତା ରହିଛି ତାହା ମିଲେଟରୁ ମିଳିପରିବ । ମିଲେଟର ଗୁଣବତ୍ତାକୁ ଉପଲବ୍ଧି କରି ଆଗାମୀ ଦିନରେ କ୍ରୀଡ଼ା ହଷ୍ଟେଲର ଖାଦ୍ୟ ତାଲିକାରେ ଏହାକୁ ସାମିଲ କରିବା ପାଇଁ ଯୋଜନା ରହିଛି ବୋଲି ସେ ପ୍ରକାଶ କରିଥିଲେ ।

ସୁନାମଧନ୍ୟ କ୍ରୀଡାବ୍ୟକ୍ତିତ୍ଵ କେ ରବି କୁମାର, ଅନୁପମା ସ୍ଵାଇଁ ସେମାନଙ୍କ ସଫଳ କ୍ରୀଡ଼ାଯାତ୍ରାର ଅନୁଭୂତି ବର୍ଣ୍ଣନା କରିବା ସହ ପୁଷ୍ଟିଶସ୍ୟ ସେମାନଙ୍କ ସ୍ଵାସ୍ଥ୍ୟ ପାଇଁ କିପରି ଗୁରୁତ୍ଵପୂର୍ଣ୍ଣ ତାହା ଉଲ୍ଲେଖ କରିଥଲେ । ପୁଷ୍ଟି ବିଶେଷଜ୍ଞ ଅଞ୍ଜଳି ୱାଙ୍ଗେ ଓ ଲକ୍ଷ୍ମୀଶ୍ରୀ ପାଣ୍ଡରଲା କ୍ରୀଡାବିତମାନଙ୍କର ଜୀବନରେ ପୁଷ୍ଟି ଶସ୍ଯର ପୌଷ୍ଟିକ ଗୁଣ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିବା ସହ ଆଥଲେଟମାନଙ୍କର ଶାରୀରିକ ଦକ୍ଷତା ବୃଦ୍ଧି ଦିଗରେ ଏହା ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥଲେ । ସ୍ଵୟମଶ୍ରଦ୍ଧା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ କଳିଙ୍ଗ ଷ୍ଟାଡିୟମସ୍ଥିତ ମିଲେଟ ଶକ୍ତି ଆଉଟଲେଟର ମିନତି ସାବତ ଏହି ମିଲେଟ ଶକ୍ତି ଆଉଟଲେଟ ତାଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀର ଅନ୍ୟ ସଦସ୍ୟାମାନଙ୍କର ଜୀବନଜୀବିକାକୁ ସଶକ୍ତ କରି ସେମାନଙ୍କ ଜୀବନକୁ ରୂପାନ୍ତରିତ କରିପାରିଛି ବୋଲି ପ୍ରକାଶ କରିଥ୍‌ଲେ ।

ଆଥଲେଟ ଓ କ୍ରୀଡାବିତମାନଙ୍କୁ ମିଲେଟ ପ୍ରସ୍ଥୁତ ଖାଦ୍ୟ ପରଷିବାବେଳେ ସେମାନେ ବେଶ ଆନନ୍ଦ ଅନୁଭବ କରିଥାନ୍ତି ବୋଲି ସେ କହିଥିଲେ । କ୍ରୀଡ଼ା ବିଭାଗର ଯୁଗ୍ମ ଶାସନ ସଚିବ ରଞ୍ଜନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥ୍‌ଲେ ।