ଘର କାନ୍ଥ ପଡି ମହିଳାଙ୍କ ସମେତ ଦୁଇ ମୃତ | News Room Odisha

ଘର କାନ୍ଥ ପଡି ମହିଳାଙ୍କ ସମେତ ଦୁଇ ମୃତ

ସମ୍ବଲପୁର: ଘର ନିର୍ମାଣ ବେଳେ ପୁରୁଣା କାନ୍ଥ ପଡିବାରୁ ଘର ମାଲିକାଣୀ ସମେତ ଦୁଇ ଜଣଙ୍କ ମୃତ୍ଯୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳରେ।

କୁଚିଣ୍ଡା ଥାନା ଅନ୍ତର୍ଗତ ବିଜାଡିହି ଗ୍ରାମରେ ଘର ନିର୍ମାଣ ପାଇଁ ଘରର ପୁରୁଣା କାନ୍ଥ ଭଙ୍ଗା ଚାଲିଥିଲା। ଏହି ସମୟରେ ଉକ୍ତ କାନ୍ଥଟି ହଠାତ ମାଡି ବସିବାରୁ ଜଣେ ମହିଳା ଓ ଜଣେ ପୁରୁଷ ଶ୍ରମିକ ମୃତ୍ୟୁବରଣ କରିଛନ୍ତି।

ମହିଳା ଜଣକ ଘର ମାଲିକ ହୋଇଥିବା ବେଳେ ପୁରୁଷ ଶ୍ରମିକ ଭାବେ ସେଠାରେ କାମ କରୁଥିଲେ। ମୃତ ମହିଳା ଜଣଙ୍କ ବିଜାଡିହି ଗ୍ରାମର ନମିତା ପଟେଲ ଓ ମୃତ ଶ୍ରମିକ ଜଣକ କିଣ୍ଡିରା ଗ୍ରାମର ଲଲିତ ଦେହୁରୀ। ଘଟଣାସ୍ଥଳରେ କୁଚିଣ୍ଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।