ବିଶ୍ୱ ମହାସାଗର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା | News Room Odisha

ବିଶ୍ୱ ମହାସାଗର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ବର-ବିଶ୍ୱ ମହାସାଗର ଦିବସ ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାସାଗରଗୁଡିକ ପୃଥିବୀର ଫୁସଫୁସ ସଦୃଶ କାମ କରନ୍ତି। ଜଳର ଉତ୍ସ ହେବା ସହ ଲକ୍ଷ ଲକ୍ଷ ସାମୁଦ୍ରିକ ଜୀବଜନ୍ତୂ ଓ ବନସ୍ପତିର ବାସସ୍ଥଳୀ ହେଉଛି ମହାସାଗର। ଆମକୁ ଖାଦ୍ୟ, ଔଷଧ ଯୋଗାଇବା ସହ ପୃଥିବୀର ଜଳବାୟୁକୁ ନିୟନ୍ତ୍ରଣ କରେ ମହାସାଗର । ବିଶ୍ୱ ମହାସାଗର ଦିବସରେ ଓଡ଼ିଶାର ଉପକୂଳକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।