କୋଣାର୍କ ଏକ୍ସପ୍ରେସର ଯାତ୍ରୀଙ୍କଠାରୁ ବିପୁଳ ପରିମାଣର ସୁନା ଜବତ, ୪ ଯାତ୍ରୀ ଅଟକ | News Room Odisha

କୋଣାର୍କ ଏକ୍ସପ୍ରେସର ଯାତ୍ରୀଙ୍କଠାରୁ ବିପୁଳ ପରିମାଣର ସୁନା ଜବତ, ୪ ଯାତ୍ରୀ ଅଟକ

ଭୁବନେଶ୍ୱର – ରାଜଧାନୀରୁ ୧୨ କୋଟି ଟଙ୍କାର ସୁନା ଜବତ କରିଛି ଜିଆରପି । କୋଣାର୍କ ଏକ୍ସପ୍ରେସରେ ୩୨ କେଜିରୁ ଅଧିକ ସୁନା ଆସିଥିବା ସୂଚନା ମିଳିଛି । ଜିଆରପି ୩୨ କେଜିର ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି । ଏହି ସୁନା ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲା ।

କୋଣାର୍କ ଏକ୍ସପ୍ରେସରେ ଭୁବନେଶ୍ୱର ଆସିଥିବା ଚାରି ଜଣ ଯାତ୍ରୀଙ୍କ ଠାରୁ ଜବତ ହୋଇଛି ସୁନା । ୪ ଜଣ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଆଣିଥିଲେ । ପ୍ରତି ବ୍ୟାଗରେ ୮ କେଜି ଲେଖାଏଁ ସୁନା ପ୍ୟାକ୍ ହୋଇଥିଲା । ସୁନାଗୁଡିକ ଜବତ କରିବା ପରେ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି ଜିଆରପି । ଇନକମ୍ ଟ୍ୟାକ୍ସ ଓ ଜିଏସଟି ମିଳିତ ଭାବେ ଘଟଣାର ଛାନଭିନ ଜାରି ରଖିଛନ୍ତି ।