ଚାଲିଗଲା ସ୍ନେହା, ରହିଲେ ଆଉ ୨୭ | News Room Odisha

ଚାଲିଗଲା ସ୍ନେହା, ରହିଲେ ଆଉ ୨୭

ଭୁବନେଶ୍ୱର – ନନ୍ଦନକାନନର ଧଳା ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅଧିକାରୀ ।

ଗତକାଲି ବାଘୁଣୀ ସ୍ନେହା ଅସୁସ୍ଥ ହୋଇପଡିଥିଲା। ତାକୁ ସାଲାଇନ୍ ଦିଆଯାଇ ଚିକିତ୍ସା କରାଯାଉଥିଲା । ଆଜି ସ୍ନେହାର ମୃତ୍ୟୁ ହୋଇଛି। ପ୍ରଚଣ୍ଡ ଗରମ ସାଙ୍ଗକୁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଗୁରୁତର ହେବାରୁ ବାଘୁଣୀର ମୃତ୍ୟୁ ହୋଇଥିବା କୁହାଯାଇଛି। ସ୍ନେହାର ମୃତ୍ୟୁ ସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୭କୁ ହ୍ରାସ ପାଇଛି।