ପାର୍ବଣ ପୂର୍ବରୁ ଅପରାଧୀଙ୍କୁ ସାବାଡ ପାଇଁ ଆକ୍ସନ ମୋଡ୍ ରେ କମିଶନରେଟ ପୋଲିସ | News Room Odisha

ପାର୍ବଣ ପୂର୍ବରୁ ଅପରାଧୀଙ୍କୁ ସାବାଡ ପାଇଁ ଆକ୍ସନ ମୋଡ୍ ରେ କମିଶନରେଟ ପୋଲିସ

ଭୁବନେଶ୍ୱର – ପାର୍ବଣ ଋତୁ ପୂର୍ବରୁ କମିସନରେଟ ପୋଲିସ ଦାଦାବଟି ମାଗୁଥିବା କୁଜି ଗୁଣ୍ଡାଙ୍କୁ ସାବାଡ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ବଟି ମାଗିଥିବା କୁଜି ଗୁଣ୍ଡାମାନଙ୍କ ପାଇଁ ପୋଲିସ୍‌ ‘ଜିରୋ ଟଲରାନ୍ସ’ ନୀତି ଆପଣାଇବ।
ଯଦି କେହି ପୂଜା ଚାନ୍ଦା ମାଗି ହଇରାଣ ହରକତ କରୁଥିଲେ ତୁରନ୍ତ କମିସନରେଟ ପୋଲିସକୁ ଯୋଗାଯୋଗ କରିବାକୁ ଡିସିପି ପ୍ରତୀକ ସିଂହ ଲୋକଙ୍କୁ ନିବେଦନ କରିଛନ୍ତି । କମିସନରେଟ ପୋଲିସ ପକ୍ଷରୁ ଏଥିପାଇଁ ଟୋଲ୍ ଫ୍ରି ନମ୍ବର- ୭୦୭୭୭୯୮୧୧୧ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ପୋଲିସ୍ ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖିବ ବୋଲି ଡିସିପି କହିଛନ୍ତି।

ଗଣେଶ ପୂଜା ଓ ଦୂର୍ଗାପୂଜା ପୂର୍ବରୁ ଆକ୍ସନ ମୋଡ଼ରେ ରହିଛି ଟିମ୍‌। ପେଶାଦାର ଅପରାଧୀମାନଙ୍କୁ ଧରିବାକୁ ସ୍ପେଶାଲ ଟିମ ଗଠନ ହୋଇଛି । ନିଶା କାରବାର ଉପରେ ପ୍ରତିଦିନ ଚଢ଼ାଉ ଚାଲିଛି। ଚୋରି, ଛିନତାଇ ଗ୍ୟାଙ୍ଗ ପରେ ଏବେ ଦାଦାବଟି ଗ୍ୟାଙ୍ଗ୍‌ ଉପରେ କଡା ନଜର ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।