କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ | News Room Odisha

କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ

କଟକ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କଟକ ଗସ୍ତ କରି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ ସାଧାରଣ ଜନତା ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ବି କରିଥିଲେ ।
କଟକର ନିମ୍ନ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ନୂଆ -ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ୫-ଟି ଅଧ୍ୟକ୍ଷ ।

ଏହି ଅବସରରେ କଟକ ସହରର ସବୁ କଲେଜରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ କାର୍ତ୍ତିକ ପାଣ୍ଡିଆନ। ନୂଆ-ଓ ମଞ୍ଚ ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ଵ ବିକାଶରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ । ସଫଳତା ହାସଲ ପାଇଁ ଆତ୍ମବିଶ୍ଵାସର ସହ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ।

ପ୍ରମୁଖ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ । ଚଣ୍ଡୀ ମନ୍ଦିର, ବାଙ୍କୀ ଚର୍ଚ୍ଚିକା ମନ୍ଦିର, ଭଟ୍ଟାରିକା ମନ୍ଦିର, ଆଠଗଡର ଧବଳେଶ୍ଵର ମନ୍ଦିର ଆଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ।

ପରେ ସେ ବିଭିନ୍ନ ସଡ଼କ ଓ ପୋଲ ଏବଂ ମେଗା ପିଡବ୍ଲୁଏସ ପ୍ରକଳ୍ପର ସମୀକ୍ଷା କରିଥିଲେ।