ସାପ କାମୁଡା ମୃତ୍ୟୁ ରୋକିବାକୁ ଜନସ୍ୱାସ୍ଥ୍ୟ ବିଭାଗର ଗାଇଡ ଲାଇନ,ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ | News Room Odisha

ସାପ କାମୁଡା ମୃତ୍ୟୁ ରୋକିବାକୁ ଜନସ୍ୱାସ୍ଥ୍ୟ ବିଭାଗର ଗାଇଡ ଲାଇନ,ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର – ରାଜ୍ୟରେ ସାପ କାମୁଡା ମୃତ୍ୟୁ ରୋକିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି । ଗାଇଡଲାଇନ ପାଳନ କରିବାକୁ ସବୁ ସିଡିଏମ୍ଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ । ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ୍ ମହଜୁଦ ରଖିବାକୁ କୁହାଯାଇଛି। ସବୁ ମେଡିକାଲ (ଡିଏଚ୍‌ଏଚ୍,ଏସ୍‌ଡିଏଚ୍‌, ସିଏସ୍‌ସି, ପିଏଚ୍‌ସି)ରେ ଔଷଧ ଓ ଟେଷ୍ଟିଂ ମାଗଣାରେ ଉପଲବ୍ଧ ହେବ । ମେଡିକାଲକୁ ଆସୁଥିବା ସର୍ପାଘାତ ରୋଗୀଙ୍କ ତଥ୍ୟ ପ୍ରତିଦିନ ବିଭାଗକୁ ପଠାଇବେ। ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଟିମ୍ ପ୍ରତି ସ୍କୁଲକୁ ଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବେ। ହଷ୍ଟେଲରେ ମୂଷା, ବେଙ୍ଗ ନ ପଶିବେ ସେଥିପ୍ରତି ଧ୍ୟାନ ଦେବାକୁ ବୁଝାଇବେ। ଏବାବଦରେ ସମସ୍ତ ଫିଲ୍ଡ କର୍ମଚାରୀଙ୍କୁ ସଚେତନ କରି ସାପକାମୁଡ଼ା ରୋଗୀଙ୍କୁ ଡାକ୍ତରଖାନା ଆଣିବା ଓ ଚିକିତ୍ସା କରିବା ନିମନ୍ତେ କହିବେ।