ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ଘେରିଲା ବିଜେଡି, ମୁଖପାତ୍ର ସସ୍ମିତ ପାତ୍ର ଉଠାଇଲେ ଏକାଧିକ ପ୍ରଶ୍ନ | News Room Odisha

ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ଘେରିଲା ବିଜେଡି, ମୁଖପାତ୍ର ସସ୍ମିତ ପାତ୍ର ଉଠାଇଲେ ଏକାଧିକ ପ୍ରଶ୍ନ

ଭୁବନେଶ୍ୱର – ମମିତା ମେହେର ହତ୍ୟା ମାମଲାରେ ବିଭିନ୍ନ ଅଭିଯୋଗ ଆଣିଥିବା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛି ବିଜେଡି ।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମମିତା ଓ ଗୋବିନ୍ଦ ସାହୁ ସହ ଭକ୍ତ ଦାସଙ୍କ ଫଟୋ ନେଇ ପ୍ରଶ୍ନ କରିଛନ୍ତି । ମହାଲିଙ୍ଗ କଲେଜରେ ଭକ୍ତଙ୍କ ପୁଅ ଟ୍ରଷ୍ଟି ଅଛନ୍ତି କି ନାହିଁ ,ତାହା ସେ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ଭକ୍ତଙ୍କ ଯଦି ସତସାହସ ଅଛି, ତାହା ହେଲେ ସେ କୋର୍ଟ ଯାଆନ୍ତୁ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ରାଜ୍ୟସଭା ସଦସ୍ୟ ଥିବା ସସ୍ମିତ ଦଲିଲ ଉପସ୍ଥାପନ କରି କହିଛନ୍ତି ଯେ, ମହାଲିଙ୍ଗ କଲେଜ ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିଲା । ସେହି ଟ୍ରଷ୍ଟର ଫାଉଣ୍ଡର ଟ୍ରଷ୍ଟି ତାଲିକାରେ ପ୍ରଥମ ନାଁ ଗୋବିନ୍ଦ ସାହୁର ରହିଛି । ଦ୍ୱିତୀୟ ନାଁ ହେଉଛି କ୍ରାନ୍ତି । ତାଙ୍କର ବୟସ ୨୩ ବର୍ଷ । ସେ ହେଉଛନ୍ତି ଭକ୍ତଚରଣ ଦାସଙ୍କ ପୁଅ । କ୍ରାନ୍ତି ତାଙ୍କ ପୁଅ କି ନୁହେଁ , ତାହା ଭକ୍ତ ଦାସ ସ୍ପଷ୍ଟ କରନ୍ତୁ ବୋଲି ସସ୍ମିତ ପାତ୍ର କହିଛନ୍ତି ।