ଦିନକରେ ରାଜ୍ୟରେ ରେକର୍ଡ ୨ ହଜାର ୧୨୯ କୋରୋନା ରୋଗୀ ସୁସ୍ଥ, ମୋଟ ସୁସ୍ଥଙ୍କ ସଂଖ୍ୟା ୫୪ ହଜାରରୁ ଅଧିକ | News Room Odisha

ଦିନକରେ ରାଜ୍ୟରେ ରେକର୍ଡ ୨ ହଜାର ୧୨୯ କୋରୋନା ରୋଗୀ ସୁସ୍ଥ, ମୋଟ ସୁସ୍ଥଙ୍କ ସଂଖ୍ୟା ୫୪ ହଜାରରୁ ଅଧିକ

ଭୁବନେଶ୍ୱର : କୋରୋନା ସୁସ୍ଥତା କ୍ଷେତ୍ରରେ ରାଜ୍ୟରେ ନୂଆ ରେକର୍ଡ । ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ କୋରୋନା ରୋଗୀ ସୁ୍‌ସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସାରେ ରେକର୍ଡ ସଂଖ୍ୟକ ୨ ହଜାର ୧୨୯ ରୋଗୀ ସୁସ୍ଥ ହୋଇଛନ୍ତି ।

ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୭୬ ଜଣ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୨୬୫ । ସୁନ୍ଦରଗଡ ଜିଲ୍ଲାରୁ ୧୭୮ ଓ କଟକରୁ ୧୭୨ ଜଣ ସୁସ୍ଥ ହୋଇଛନ୍ତି । କୋରାପୁଟରୁ ୧୫୩, ଭଦ୍ରକରୁ ୧୪୪, ନୟାଗଡରୁ ୧୩୦ ଓ କନ୍ଧମାଳ ଜିଲ୍ଲାରୁ ୧୨୨ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏ ଯାଏଁ ସୁସ୍ଥଙ୍କ ସଂଖ୍ୟା ୫୪ ହଜାର ୪୦୫ରେ ପହଂଚିଛି ।

COVID-19