ଦେଶରେ ରେକର୍ଡ ସଂଖ୍ୟକ ନୂଆ କୋରୋନା ପଜିଟିଭ, ଦିନକରେ ୭୭ ହଜାର ୨୬୬ ଚିହ୍ନଟ , ୧ ହଜାର ୫୭ ଲୋକଙ୍କ ମୃତ୍ୟୁ | News Room Odisha

ଦେଶରେ ରେକର୍ଡ ସଂଖ୍ୟକ ନୂଆ କୋରୋନା ପଜିଟିଭ, ଦିନକରେ ୭୭ ହଜାର ୨୬୬ ଚିହ୍ନଟ , ୧ ହଜାର ୫୭ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ବଢି ଚାଲିଛି କୋରୋନା ପଜିଟିଭଙ୍କ ସଂଖ୍ୟା । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟା ମଧ୍ୟରେ ଏ ଯାଏଁ ସର୍ବାଧିକ ୭୭ ହଜାର ୨୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭାରତରେ ଏ ଯାଏଁ ଏହା ହେଉଛି ସବା ର୍ଧିକ ଦିନିକିଆ ସଂକ୍ରମଣ । ଦିନକରେ ୧ ହଜାର ୫୭ ଲୋକଙ୍କ ଜୀବନ ନେଇଛି କୋରୋନା । ଏ ଯାଏଁ ଦେଶରେ ମୃତ୍ୟୁ ସଂଖ୍ୟା ୬୧ ହଜାର ୫୨୯ ହେଲାଣି । କୋରୋନାକୁ ୨୫ ଲକ୍ଷ ୮୩ ହଜାର ୯୪୮ ରୋଗୀ ମାତ୍ ଦେଲେଣି । ୭ ଲକ୍ଷ ୪୨ ହଜାର ୨୩ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୩୫୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କର୍ନାଟକରେ ୧୪୧, ତାମିଲନାଡୁରେ ୧୦୯ ଓ ଆନ୍ଧ୍ର ପ୍ରଦେଶରେ ୯୨ ଜଣ ପ୍ରାଣ ହରାଇଛନ୍ତି ।

COVID-19