ଦିଲ୍ଲୀ: ଡେପୁଟି ମେୟର ପଦ ବି ହାତେଇଲା ଆପ୍ | News Room Odisha

ଦିଲ୍ଲୀ: ଡେପୁଟି ମେୟର ପଦ ବି ହାତେଇଲା ଆପ୍

ନୂଆଦିଲ୍ଲୀ: ମେୟର ପରେ ଦିଲ୍ଲୀ ଏମସିଡିର ଡେପୁଟି ମେୟର ପଦ ବି ହାତେଇଛି ଆମ୍ ଆଦମୀ ପାର୍ଟି । ଆପ୍ ପ୍ରାର୍ଥୀ ଆଲେ ମହମ୍ମଦ ଇକବାଲ ଦିଲ୍ଲୀର ନୂଆ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ।

ଡେପୁଟି ମେୟର ନିର୍ବାଚନରେ ​​ଆଲେ ମହମ୍ମଦ ୧୪୭ ଭୋଟ୍ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପିର କମଲ ବାଗଡିଙ୍କୁ ମାତ୍ର ୧୧୬ ଭୋଟ୍ ମିଳିଥିଲା ।

ଏହାପୂର୍ବରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଶେଲି ଓବେରୟ ମେୟର ନିର୍ବାଚନ ଜିତିଥିଲେ। ସେ ବିଜେପିର ରେଖା ଗୁପ୍ତାଙ୍କୁ ହରାଇଥିଲେ ।

ମେୟର ପଦ ପାଇଁ ନିର୍ବାଚନରେ ​​ଶେଲି ଓବେରୟ ୧୫୦ ଭୋଟ୍ ପାଇଥିଲେ । ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କ ସପକ୍ଷରେ ୧୧୬ ଭୋଟ୍ ପଡ଼ିଥିଲା ।