ବରିଷ୍ଠ ଅଭିନେତା ଅରୁଣ ବାଲିଙ୍କ ପରଲୋକ | News Room Odisha

ବରିଷ୍ଠ ଅଭିନେତା ଅରୁଣ ବାଲିଙ୍କ ପରଲୋକ

ମୁମ୍ବାଇ: ବରିଷ୍ଠ ଅଭିନେତା ଅରୁଣ ବାଲିଙ୍କ ଶୁକ୍ରବାର ମୁମ୍ବାଇରେ ପରଲୋକ ହୋଇଯାଇଛି । ତାଙ୍କୁ ୭୯ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ପରିବାରର ସୂଚନା ମୁତାବକ, ବାଲି ଆଜି ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଅରୁଣ ବାଲିଙ୍କ ଅଭିନୟ କ୍ୟାରିଅର୍ ୯୦ ଦଶକରୁ ଆରମ୍ଭ ହୋଇଥିଲା | ସେ ଖଲନାୟକ, ଫୁଲ ଔର ଅଙ୍ଗାରେ, ସବସେ ବଡା ଖିଲାଡି, ସତ୍ୟା, ଲଗେ ରହୋ ମୁନ୍ନା ଭାଇ, ବର୍ଫି, ଏୟାରଲିଫ୍ଟ ଏବଂ ରେଡି ଭଳି ଫିଲ୍ମରେ କାମ କରିଥିଲେ | ତାଙ୍କର ରିଲିଜ୍ ହୋଇଥିବା ଶେଷ ଫିଲ୍ମ ହେଉଛି ‘ଲାଲ ସିଂ ଚଢା” । ଏହାଛଡ଼ା ଅରୁଣ ବାଲି ଅନେକ ଲୋକପ୍ରିୟ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି |

ଅରୁଣ ବାଲିଙ୍କ ଅନ୍ତିମ ସଂସ୍କାର ଶନିବାର ଅନୁଷ୍ଠିତ ହେବ । ତାଙ୍କର ଦୁଇ ଝିଅ ଆମେରିକାରେ ରହୁଥିବାରୁ ସେମାନେ ଆସନ୍ତାକାଲି ସୁଦ୍ଧା ଭାରତରେ ପହଞ୍ଚିବେ।

ଅଭିନେତା ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଶେଷ ଫିଲ୍ମ ‘ଗୁଡବାଏ’ ଆଜି ମୁକ୍ତିଲାଭ କରିବ। ତାଙ୍କ ଦେହାନ୍ତ ଖବର ପରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।