ବିବାଦୀୟ ଟୁଇଟ୍ ପାଇଁ ଅଭିନେତା କେଆରକେ ଗିରଫ

ମୁମ୍ବାଇ:ବଲିଉଡ୍ ଅଭିନେତା କେଆରକେ ଓରଫ୍ କମାଲ ରସିଦ ଖାନଙ୍କୁ ମୁମ୍ବାଇର ମାଲାଡ ପୋଲିସ ଗିରଫ କରିଛି। ୨୦୨୦ର ଏକ ବିବାଦୀୟ ଟୁଇଟ୍ ପାଇଁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ମୁମ୍ବାଇ ପୋଲିସର ସୂଚନାନୁସାରେ ତାଙ୍କୁ ପ୍ରଥମେ ବୋରିଭଲି କୋର୍ଟରେ ହାଜର କରାଯିବ।

କେଆରକେ ଦୁଇ ବର୍ଷ ପରେ ମୁମ୍ବାଇ ଫେରିଥିବା ବେଳେ ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଆପତ୍ତିଜନକ ଟୁଇଟ୍ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମାଲାଡ ପୋଲିସ ଥାନାରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। କୁହାଯାଉଛି ଯେ ପୋଲିସ କମଲ ଖାନଙ୍କୁ ଦୁଇ ବର୍ଷ ଧରି ଖୋଜୁଥିଲା । କିନ୍ତୁ କମଲ ମୁମ୍ବାଇରେ ନଥିଲେ। ଗତକାଲି କମଲ ବିମାନବନ୍ଦରରେ ପହଞ୍ଚିବେ ବୋଲି ପୋଲିସ ଆଗୁଆ ସୂଚନା ପାଇଥିଲା । ତାଙ୍କୁ ବିମାନବନ୍ଦରରୁ ଗିରଫ କରାଯାଇଥିଲା ।

କେଆରକେ କେଉଁ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ବିବାଦୀୟ ଟ୍ବିଟ୍ କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ୨୦୨୦ରେ ଇରଫାନ ଖାନ ଏବଂ ଋଷି କପୁରଙ୍କ ମୃତ୍ୟୁକୁ ନେଇ କେଆରକେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ ଏହି ଦୁଇ ଖ୍ୟାତନାମା ଅଭିନେତାଙ୍କ ମୃତ୍ୟୁ ବିଷୟରେ ଲେଖିଥିଲେ- “ମୁଁ କିଛି ଦିନ ପୂର୍ବରୁ କହିଥିଲି ନା କରୋନା କିଛି ପ୍ରସିଦ୍ଧ ଲୋକଙ୍କୁ ନ ନେଇ ଯିବ ନାହିଁ। ମୁଁ ସେମାନଙ୍କ ନାମ ଲେଖି ନାହିଁ । କାରଣ ଲୋକମାନେ ମୋତେ ଗାଳିଦେବେ | କେଆରକେ ଅନ୍ୟ ଏକ ଟୁଇଟ୍ ମଧ୍ୟ କରିଥିଲେ। ଏଥିରେ ସେ ଲେଖିଥିଲେ- ‘ମୁଁ ଜାଣିଥିଲି ଯେ ଇରଫାନ୍ ଏବଂ ଋଷି କପୁର ଯିବେ। ମୁଁ ଜାଣେ ଏବେ କାହାର ନମ୍ବର ଆସିବ |”

Comments are closed.