ଅଭିନେତା ମନୋଜ ବାଜପେୟୀଙ୍କ ପିତୃ ବିୟୋଗ | News Room Odisha

ଅଭିନେତା ମନୋଜ ବାଜପେୟୀଙ୍କ ପିତୃ ବିୟୋଗ

ନୂଆଦିଲ୍ଲୀ: ଅଭିନେତା ମନୋଜ ବାଜପେୟୀଙ୍କ ପିତା ରାଧାକାନ୍ତ ବାଜପେୟୀଙ୍କର ଆଜି ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ରବିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

କିଛି ସପ୍ତାହ ତଳେ ରାଧାକାନ୍ତ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁ ଖବର ପରେ ତାଙ୍କ ଗାଁରେ ଶୋକର ଲହରୀ ଖେଳିଯାଇଛି। ସେ ବିହାରର ବେଟିୟା ସହର ନିକଟ ଏକ ଛୋଟ ଗାଁ ବେଲୱା ନିବାସୀ ଥିଲେ।