କେନ୍ଦ୍ରାପଡା ସାଂସଦଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟରେ ଆଣିଲେ ଘରୋଇ ହିଂସା ଅଭିଯୋଗ, ଆସନ୍ତା ୭ ତାରିଖରେ ଶୁଣାଣି, କୌଣସି ନୋଟିସ୍ ପାଇ ନ ଥିବା କହିଲେ ଅନୁଭବ | News Room Odisha

କେନ୍ଦ୍ରାପଡା ସାଂସଦଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟରେ ଆଣିଲେ ଘରୋଇ ହିଂସା ଅଭିଯୋଗ, ଆସନ୍ତା ୭ ତାରିଖରେ ଶୁଣାଣି, କୌଣସି ନୋଟିସ୍ ପାଇ ନ ଥିବା କହିଲେ ଅନୁଭବ

ଭୁବନେଶ୍ୱର – ଅଭିନେତା ତଥା କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଅଭନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ସେ କଟକ ଏସଡିଜେଏମ କୋର୍ଟରେ ସ୍ୱାମୀ ଅନୁଭବଙ୍କ ବିରୋଧରେ ନିଯା ର୍ତନା ଅଭିଯୋଗ ଆଣିବା ସହ ଭରଣପୋଷଣ ବାବଦରେ ଅର୍ଥ ଦାବି କରିଛନ୍ତି ।

ବର୍ଷା ଅନୁଭବଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଅଭିଯୋଗ ମଧ୍ୟ ଆଣିଛନ୍ତି । ସେପଟେ ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ, ତାଙ୍କୁ ଏ ଯାଏଁ କୌଣସି ଲିଗାଲ ନୋଟିସ ମିଳିନାହିଁ । ସରକାରୀ ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ଏହି ମାମଲା ଅଗଷ୍ଟ ୭ ତାରିଖରେ ପଂଜୀକୃତ ହୋଇଛି । ମାମଲାର ଶୁଣାଣି ଆସନ୍ତା ୭ ତାରିଖରେ ହେବ ବୋଲି ସ୍ଥିର ହୋଇଛି ।