ହିଣ୍ଡେନବର୍ଗ ବିରୋଧରେ ଆଇନଗତ ଲଢ଼େଇ ପାଇଁ ଆମେରିକୀୟ ଆଇନ ସଂସ୍ଥାର ସହାୟତା ନେଲା ଆଦାନୀ ଗ୍ରୁପ୍ | News Room Odisha

ହିଣ୍ଡେନବର୍ଗ ବିରୋଧରେ ଆଇନଗତ ଲଢ଼େଇ ପାଇଁ ଆମେରିକୀୟ ଆଇନ ସଂସ୍ଥାର ସହାୟତା ନେଲା ଆଦାନୀ ଗ୍ରୁପ୍

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ବିରୋଧରେ ଆଇନଗତ ଲଢ଼େଇ ପାଇଁ ଆଦାନୀ ଗ୍ରୁପ୍ ସଜବାଜ ହେଉଛି । କମ୍ପାନୀ ଏଥିପାଇଁ ଏକ ଆମେରିକୀୟ ଆଇନ ସଂସ୍ଥା ‘ୱାଚେଟେଲ’କୁ ହାୟର କରିଥିବା ଜଣାପଡ଼ିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଦାନୀ ଗ୍ରୁପ୍ ୱାଚଟେଲର ଜଣାଶୁଣା ବରିଷ୍ଠ ଓକିଲ ଲିପଟନ୍, ରୋଜେନ ଏବଂ କ୍ୟାଟଜଙ୍କ ସହ ଯୋଗାଯୋଗ କରିଛି |

ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ ଏକ ବଡ଼ ସଙ୍କଟ ଦେଇ ଗତି କରୁଛି।

ନ୍ୟୁୟର୍କ ୱାଚେଟେଲ୍ ଲ ’ଫାର୍ମ କର୍ପୋରେଟ୍ ଆଇନ ଏବଂ ବିଭିନ୍ନ ବଡ଼ ଏବଂ ଜଟିଳ କାରବାରରେ ବିଶେଷଜ୍ଞ |

ହିଣ୍ଡେନବର୍ଗ ରିସର୍ଚ୍ଚ ଆଡାନି ଗ୍ରୁପ୍ ବିରୋଧରେ ଷ୍ଟକ୍ ରିଗିଂ ଏବଂ ଜାଲିଆତି ଅଭିଯୋଗ ଆଣିଛି । ଏହି ରିପୋର୍ଟ ପରେ ଗତ ସପ୍ତାହରେ ଆଦାନୀ ଗ୍ରୁପର ସେୟାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିଲା ।

ଆଦାନୀ ଗ୍ରୁପ୍ ହିଣ୍ଡେନବର୍ଗକୁ ଏକ ଅବୈଧ ସର୍ଟ ସେଲର ଭାବେ ଅଭିହିତ କରି ଏହାର ରିପୋର୍ଟକୁ ଭିତ୍ତିହୀନ ବୋଲି କହିଛି‌‌।

ଜାନୁଆରୀ ୨୯ରେ ଆଦାନୀ ଗ୍ରୁପ୍ ୪୧୩ ପୃଷ୍ଠାର ଉତ୍ତର ଜାରି କରି କହିଥିଲା ଯେ ହିଣ୍ଡେ‌ନବର୍ଗ ରିପୋର୍ଟ କେବଳ ଏକ କମ୍ପାନୀ ଉପରେ ନୁହେଁ, ବରଂ ଭାରତ ଉପରେ ଆକ୍ରମଣ।