ଆଦିତ୍ୟ ଏଲ୍-୧ର‌ ଦ୍ବିତୀୟ କକ୍ଷ ପରିବର୍ତ୍ତନ ପ୍ରକ୍ରିୟା ସଫଳ | News Room Odisha

ଆଦିତ୍ୟ ଏଲ୍-୧ର‌ ଦ୍ବିତୀୟ କକ୍ଷ ପରିବର୍ତ୍ତନ ପ୍ରକ୍ରିୟା ସଫଳ

ନୂଆଦିଲ୍ଲୀ: ଇସ୍ରୋ ଦ୍ୱିତୀୟ ଥର ପାଇଁ ଆଦିତ୍ୟ ଏଲ୍-୧ ମହାକାଶଯାନର କକ୍ଷ ପରିବର୍ତ୍ତନ କରିଛି । ଏହି ପ୍ରକ୍ରିୟା ସେପ୍ଟେମ୍ବର ୫ ତଥା ମଙ୍ଗଳବାର ରାତି ୨.୪୫ରେ ସଫଳତାର ସମ୍ପନ୍ନ ହୋଇଛି | ଆଦିତ୍ୟ ଏଲ୍-୧କୁ ଏବେ ପୃଥିବୀ କକ୍ଷପଥର ୨୮୨ କିଲୋମିଟର x ୪୦୨୨୫ କିଲୋମିଟରରେ ଅବସ୍ଥାପିତ କରାଯାଇଛି | ମରିସସ୍, ବେଙ୍ଗାଲୁରୁ ଏବଂ ପୋର୍ଟ ବ୍ଲେୟାରରେ ଥିବା ଆଇଟିଆରଏସି / ଇସ୍ରୋ ଗ୍ରାଉଣ୍ଡ ଷ୍ଟେସନ୍ ଦ୍ୱାରା ଏହି ଅପରେସନ୍ ଟ୍ରାକ୍ କରାଯାଇଥିଲା

ଇସ୍ରୋ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି, ଆଦିତ୍ୟ ମିଶନର ଦ୍ୱିତୀୟ ମାନ୍ୟୁଭର (କକ୍ଷ ପରିବର୍ତ୍ତନ) ସଫଳ ହୋଇଛି। ବର୍ତ୍ତମାନ ପୃଥିବୀରୁ ଆଦିତ୍ୟ ମହାକାଶଯାନର ସର୍ବନିମ୍ନ ଦୂରତା ୨୮୨ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୦୨୨୫ କିଲୋମିଟର। ଏହାପୂର୍ବରୁ ସେପ୍ଟେମ୍ବର ୩ରେ ଉତକ୍ଷେପଣର ୨୪ ଘଣ୍ଟା ପରେ ପ୍ରଥମ ଥର ପାଇଁ ଆଦିତ୍ୟ ଏଲ୍୧ର କକ୍ଷପଥ ବୃଦ୍ଧି କରାଯାଇଥିଲା |

ଆଦିତ୍ୟ ଏଲ୍୧ର ପରବର୍ତ୍ତୀ କକ୍ଷ ବୃଦ୍ଧି ପ୍ରକ୍ରିୟା ସେପ୍ଟେମ୍ବର ୧୦ରେ ହେବ |

ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍-୧କୁ ସେପ୍ଟେମ୍ବର ୨ ପୂର୍ବାହ୍ନ ୧୧.୫୦ରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ପିଏସ୍ଏଲଭି-ସି୫୭ର ଏକ୍ସଏଲ୍ସ ଭର୍ସନ ରକେଟ୍ ଦ୍ବାରା ପ୍ରକ୍ଷେପଣ କରାଯାଇଥିଲା। ପ୍ରକ୍ଷେପଣର ୬୩ ମିନିଟ୍ ୧୯ ସେକେଣ୍ଡ ପରେ ମହାକାଶଯାନକୁ ପୃଥିବୀର ୨୩୫ x କିମି କକ୍ଷପଥରେ ରଖାଓଯାଇଥିଲା |

ଆଦିତ୍ୟ ଏଲ୍-୧ ପ୍ରାୟ ୪ ମାସ ପରେ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂର ଲାଗ୍ରାଂଜିୟାନ୍ ପଏଣ୍ଟ -୧ରେ ପହଞ୍ଚିବ | ଏହି ବିନ୍ଦୁରୁ ଗ୍ରହଣର କୌଣସି ପ୍ରଭାବ ନଥିବାରୁ ବିନା ବାଧାରେ ସୂର୍ଯ୍ୟଙ୍କ ନିରୀକ୍ଷଣ ସହଜରେ କରାଯାଇପାରିବ |