ଶ୍ରଦ୍ଧା ହତ୍ୟା ମାମଲା: ପୋଲିସକୁ ମିଳିଲା ଆଫତାବ୍-ଶ୍ରଦ୍ଧା ଝଗଡ଼ାର ଅଡ଼ିଓ, ଅଭିଯୁକ୍ତର ହେବ ଭଏସ୍ ସାମ୍ପଲ୍ ଟେଷ୍ଟ | News Room Odisha

ଶ୍ରଦ୍ଧା ହତ୍ୟା ମାମଲା: ପୋଲିସକୁ ମିଳିଲା ଆଫତାବ୍-ଶ୍ରଦ୍ଧା ଝଗଡ଼ାର ଅଡ଼ିଓ, ଅଭିଯୁକ୍ତର ହେବ ଭଏସ୍ ସାମ୍ପଲ୍ ଟେଷ୍ଟ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆଫତାବ୍ ପୁନାୱାଲାଙ୍କ ଭଏସ୍ ସାମ୍ପଲ୍ ପରୀକ୍ଷା ଆଜି କରାଯିବ। ଏଥିପାଇଁ ଦିଲ୍ଲୀ ପୋଲିସ ଆଫତାବ ପୁନାୱାଲାଙ୍କୁ ତିହାର ଜେଲରୁ ସିବିଆଇ ମୁଖ୍ୟାଳୟକୁ ନେଇଛି। ଏହି ମାମଲାରେ ପୋଲିସ ଏକ ଅଡିଓ ପାଇଛି। ଏଥିରେ ଆଫଫାବ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ଝଗଡ଼ା ରେକର୍ଡ ହୋଇଛି । ଏହି ଅଡିଓ ସହିତ ଆଫତାବଙ୍କ ସ୍ୱରକୁ ମେଳାଇବା ପାଇଁ ପୋଲିସ ତାଙ୍କ ଭଏସ୍ ନମୁନା ପରୀକ୍ଷା କରୁଛି। ଏହି ଅଡିଓ ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହୋଇପାରେ ବୋଲି ଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି।

ଆଫତାବଙ୍କ ସ୍ୱର ନମୁନା ନେବାକୁ ଦିଲ୍ଲୀ ପୋଲିସ ସକେତ କୋର୍ଟରୁ ଅନୁମତି ମାଗିଥିଲା, ଯାହା ପାଇଁ କୋର୍ଟ ଅନୁମତି ଦେଇଥିଲେ।

ଏହି ପରିପ୍ରେକ୍ଷୀରେ, ଆଫତାବଙ୍କ ନାର୍କୋ ଏବଂ ପଲିଗ୍ରାଫ୍ ଟେଷ୍ଟ କରାଯାଇଛି, ଯେଉଁଥିରେ ସେ ଶ୍ରଦ୍ଧାଙ୍କ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଡିସେମ୍ବର ୨୩ରେ ଫରେନସିକ୍ ଟିମ୍ ଆଫତାବଙ୍କ ନାର୍କୋ ଟେଷ୍ଟ ରିପୋର୍ଟ ଦିଲ୍ଲୀ ପୋଲିସକୁ ଦେଇଥିଲା। ଅନ୍ୟପକ୍ଷରେ କୋର୍ଟ ଆଫତାବ୍ ପୁନାୱାଲାଙ୍କ ବିଚାର ବିଭାଗୀୟ ହାଜତ ଜାନୁୟାରୀ ୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।