ଆଇପିଏଲ୍: ଅହମ୍ମଦାବାଦ ଫ୍ରାଞ୍ଚାଇଜର ନାମ ହେବ 'ଗୁଜରାଟ ଟାଇଟାନ୍ସ' | News Room Odisha

ଆଇପିଏଲ୍: ଅହମ୍ମଦାବାଦ ଫ୍ରାଞ୍ଚାଇଜର ନାମ ହେବ ‘ଗୁଜରାଟ ଟାଇଟାନ୍ସ’

ଅହମ୍ମଦାବାଦ: ଆଇପିଏଲର ନୂଆ ଫ୍ରାଞ୍ଚାଇଜ୍ ଅହମ୍ମଦାବାଦର ନାମ ଗୁଜରାଟ ଟାଇଟାନ୍ସ ହେବ। ଫେବୃଆରୀ ୧୨ ଏବଂ ୧୩ ରେ ହେବାକୁ ଥିବା ଖେଳାଳିଙ୍କ ମେଗା ନିଲାମ ପୂର୍ବରୁ ଟିମ୍ ଫ୍ରାଞ୍ଚାଇଜ୍ ସିଭିସି କ୍ୟାପିଟାଲ୍ ଏହା ଘୋଷଣା କରିଛି | ଆଶିଷ ନେହେରା ଦଳର କୋଚ୍ ଦାୟିତ୍ବ ତୁଲାଇବାକୁ ଥିବା ବେଳେ ହାର୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପଟେନ୍ କରାଯାଇଛି।

ଏହି ଟିମ୍ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଆଫଗାନିସ୍ତାନର ଭେଟେରାନ ସ୍ପିନର ରସିଦ ଖାନଙ୍କୁ ପ୍ରତ୍ୟେକେ ୧୫ କୋଟି ଟଙ୍କାରେ କିଣିଛି । ଯୁବ ଓପନର୍ ଶୁବମାନ ଗିଲଙ୍କୁ ୮ କୋଟି ଟଙ୍କାରେ ସାମିଲ କରିଛି ଏହି ନୂଆ ଦଳ। ଅହମ୍ମଦାବାଦର ଏହି ଟିମକୁ ସିଭିସି କ୍ୟାଟିଟାଲ୍ ଗ୍ରୁପ୍ ୫୬୨୫ କୋଟି ଟଙ୍କାରେ କିଣିଛି।