ପ୍ରଥମ ଓ ଦ୍ୱିତୀୟ ଭଳି ଭୟାବହ ହେବ କି କରୋନାର ତୃତୀୟ ଲହର? ଏପରି ଉତ୍ତର ରଖିଲେ ଏମ୍ସ ନିର୍ଦ୍ଦେଶକ.. | News Room Odisha

ପ୍ରଥମ ଓ ଦ୍ୱିତୀୟ ଭଳି ଭୟାବହ ହେବ କି କରୋନାର ତୃତୀୟ ଲହର? ଏପରି ଉତ୍ତର ରଖିଲେ ଏମ୍ସ ନିର୍ଦ୍ଦେଶକ..

ନୂଆଦିଲ୍ଲୀ: କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରର ଭୟାବହତା ପରେ ବର୍ତ୍ତମାନ ତୃତୀୟ ଲହରର ତୀବ୍ରତା କିପରି ରହିବ ସେନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ।ଏହି ବିଷୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ର ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ କହିଛନ୍ତି ଯେ କୋଭିଡର ପ୍ରଥମ ଦୁଇଟି ଲହର ତୁଳନାରେ ସମାନ ତୀବ୍ରତାର ତୃତୀୟ ଲହର ଦେଶକୁ ଆସିବାର ସମ୍ଭାବନା ନାହିଁ। ସେ କହିଛନ୍ତି ଯେ ଏହି ସମୟରେ ସଂକ୍ରମଣ ମାମଲାରେ କୌଣସି ବୃଦ୍ଧି ଘଟିନାହିଁ । ଯାହା ସ୍ପଷ୍ଟ କରୁଛି ଯେ ଏହି ଘାତକ ମହାମାରୀରୁ ବଞ୍ଚିବା ପାଇଁ ଟିକା ଏବେ ବି ସୁରକ୍ଷା କବଚ ସାଜିଛି ଏବଂ ବର୍ତ୍ତମାନ ସମୟରେ ତୃତୀୟ ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ |

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ମହାନିର୍ଦ୍ଦେଶକ ଡ.ବଳରାମ ଭର୍ଗାଭାଙ୍କ ଦ୍ୱାରା ଲିଖିତ ‘ଗୋଇରାଲ୍ ଭାଇରାଲ୍: ମେକିଂ ଅଫ୍ କୋଭାକ୍ସିନ୍ – ଦ ଇନ୍ସାଇଡ୍ ଷ୍ଟୋରୀ’ ପୁସ୍ତକ ଉନ୍ମୋଚନ ଅବସରରେ ଗୁଲେରିଆ କହିଛନ୍ତି ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଲୋକମାନେ ଦିନକୁ ଦିନ କମିବାରେ ଲାଗିଛନ୍ତି।

ସେ କହିଛନ୍ତି, ‘କୋଭିଡର ପ୍ରଥମ ଦୁଇଟି ଲହର ତୁଳନାରେ ତୃତୀୟ ଲହରର ତୀବ୍ରତା କମ୍ ରହିବ । ସମୟ ସହିତ ମହାମାରୀ ଏକ ସ୍ଥାନୀୟ ରୋଗର ରୂପ ନେବ | ମାମଲା ଆସିବ କିନ୍ତୁ ସଂକ୍ରମଣର ବିସ୍ଫୋରଣ ବହୁତ କମ୍ ହେବ | ଟିକାକରଣର ବୁଷ୍ଟର ଡୋଜ୍ ବିଷୟରେ ଗୁଲେରିଆ କହିଛନ୍ତି ଯେ ଏହି ସମୟରେ ମାମଲାଗୁଡ଼ିକରେ କୌଣସି ବୃଦ୍ଧି ଘଟିନାହିଁ । ଯାହା ଦେଖାଯାଉଛି ଯେ ଟିକା ଏବେବି କରୋନା ଭାଇରସରୁ ସୁରକ୍ଷା ଯୋଗାଉଛି | ତେଣୁ ବର୍ତ୍ତମାନ ସମୟରେ ବୁଷ୍ଟର କିମ୍ବା ତୃତୀୟ ଡୋଜ୍ ର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।