ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା ବାୟୁ ସ୍ବାସ୍ଥ୍ୟସେବା : ବିମାନରେ ପହଞ୍ଚିଲେ ୭ ସୁପର ସ୍ପେସାଲିଷ୍ଟ | News Room Odisha

ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା ବାୟୁ ସ୍ବାସ୍ଥ୍ୟସେବା : ବିମାନରେ ପହଞ୍ଚିଲେ ୭ ସୁପର ସ୍ପେସାଲିଷ୍ଟ

ନୂଆପଡ଼ା: ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ନୂଆପଡ଼ାରେ ଆରମ୍ଭ ହୋଇଛି। ଶୁକ୍ରବାର ୭ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି‌ଛନ୍ତି। ଏହି ଡାକ୍ତର ଟିମରେ କାର୍ଡିଓଲୋଜି‌ ବିଭାଗର ଡାକ୍ତର ଡାକ୍ତର ଦୀପକ ରଞ୍ଜନ ଦାସ, ଆନିସ୍ଥସିଆଲୋଜି ଡା. ଦେବାଶିଷ ସ୍ବାଇ, ନ୍ୟୁରୋଲୋଜି ବିଭାଗର ଡା, କାଳିପ୍ରସନ୍ନ ସ୍ବାଇଁ, ଗ୍ୟାଷ୍ଟ୍ରଏନଟ୍ରେଲୋଜି ବିଭାଗର ଡା. ପ୍ରଶାନ୍ତ କୁମାର ପରିଡ଼ା, ନେଫ୍ରୋଲୋଜି ବିଭାଗର ଡାକ୍ତର ଶରତ କୁମାର ପରିଡ଼ା, ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିମାନରେ ନୂଆପଡ଼ା ଗୌତମା ବିମାନଘାଟିରେ ଆଜି ପୂର୍ବାହ୍ନ ୮ଟା୫୦ ରେ ନୂଆପଡ଼ାରେ ପହଞ୍ଚିଛନ୍ତି।

ଏମାନେ ୮ଓ ୯ ତାରିଖ ଦ୍ବଇ ଦିନ ନୂଆପଡ଼ା ଡାକ୍ତରଖାନାରେ ୧୭୫ ଜଣ ରୋଗୀଙ୍କ ଚିକିତ୍ସା କରି ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଡିଓଏମଓ, ଡିପିଏମଓ, ଡାକ୍ତରଖାନାର ମ୍ୟା‌ନେଜର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।