ମସ୍କାଟରୁ କୋଚି ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ନିଆଁ, ସବୁ ଯାତ୍ରୀ ସୁରକ୍ଷିତ | News Room Odisha

ମସ୍କାଟରୁ କୋଚି ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ନିଆଁ, ସବୁ ଯାତ୍ରୀ ସୁରକ୍ଷିତ

ମସ୍କାଟ: ମସ୍କାଟ ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ନିଆଁ ଲାଗିଯିବାରୁ ଉଡ଼ାଣ ବାତିଲ କରିବାକୁ ପଡ଼ିଛି । ବିମାନର ଏକ ଇଞ୍ଜିନରୁ ଧୂଆଁ ବାହାରିବା ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ବିମାନରେ ଚାରିଜଣ ନବଜାତ ଶିଶୁଙ୍କ ସମେତ ୧୪୫ ଜଣ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀଙ୍କୁ ଟର୍ମିନାଲ ବିଲଡିଂକୁ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ବିମାନଟି ମସ୍କାଟରୁ କୋଚିକୁ ଆସୁଥିଲା।

ବିମାନଟି ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପୂର୍ବରୁ ବିମାନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା।

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଏକ ବିବୃତ୍ତିରେ କହିଛନ୍ତି ଯେ ଯାତ୍ରୀମାନଙ୍କ ପାଇଁ ରିଲିଫ ଫ୍ଲାଇଟର ବ୍ୟବସ୍ଥା କରାଯିବ।

ଦୁଇମାସ ପୂର୍ବେ କଲିକଟରୁ ଦୁବାଇ ଅଭିମୁଖେ ଆସୁଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଧୂଆଁ ଗନ୍ଧ ପରେ ମସ୍କାଟକୁ ଫେରିବାକୁ ପଡ଼ିଥିଲା ।