ଅକ୍ଷୟ କୁମାରଙ୍କ ମାତୃ ବିୟୋଗ | News Room Odisha

ଅକ୍ଷୟ କୁମାରଙ୍କ ମାତୃ ବିୟୋଗ

ମୁମ୍ବାଇ: ବଲିଉଡ୍ ଅଭିନତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ପରଲୋକ ହୋଇଯାଇଛି। ନିଜେ ଅକ୍ଷୟ କୁମାର ଟ୍ୱିଟର ମାଧ୍ୟମରେ ପ୍ରଶଂସକଙ୍କୁ ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି ।ଅକ୍ଷୟ କୁମାରଙ୍କ ମା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ କିଛି ଦିନ ପୂର୍ବରୁ ତାଙ୍କୁ ମୁମ୍ବାଇର ପୋୱଇସ୍ଥିତ ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା।

ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଥିବା ମା’ଙ୍କ ଯତ୍ନ ନେବା ପାଇଁ ଅକ୍ଷୟ କୁମାର ଦୁଇ ଦିନ ତଳେ ଲଣ୍ଡନରୁ ମୁମ୍ବାଇରେ ପହଞ୍ଚିଥିଲେ। ଅକ୍ଷୟ କୁମାର ଗତ କିଛି ସପ୍ତାହ ଧରି ଲଣ୍ଡନରେ ତାଙ୍କର ଆଗାମୀ ଫିଲ୍ମ ‘ସିନ୍ଦୂର’ର ସୁଟିଂରେ ବ୍ୟସ୍ତ ଥିଲେ, କିନ୍ତୁ ତାଙ୍କ ମାଙ୍କ ଅବସ୍ଥା ଗୁରୁତର ଥିବା ଜାଣିବା ମାତ୍ରେ ଅକ୍ଷୟ କୁମାର ବିମାନ ଯୋଗେ ମୁମ୍ବାଇ ଫେରିଥିଲେ।