ଅକ୍ଟୋବର ୭ରୁ ମହାରାଷ୍ଟ୍ରରେ ଖୋଲିବ ସବୁ ଧାର୍ମିକ ସ୍ଥଳ | News Room Odisha

ଅକ୍ଟୋବର ୭ରୁ ମହାରାଷ୍ଟ୍ରରେ ଖୋଲିବ ସବୁ ଧାର୍ମିକ ସ୍ଥଳ

ମୁମ୍ୱାଇ: କରୋନା ପ୍ରୋଟୋକଲ ସହ ଅକ୍ଟୋବର ୭ରୁ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳ ଖୋଲାଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ମହାମାରୀର ଦ୍ୱିତୀୟ ଲହରୀ ଦୁର୍ବଳ ପଡ଼ିଥିବାରୁ ଏହି ପଦକ୍ଷେପ ନିଆଯାଇଛି |

ଏହା ଘୋଷଣା କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ କୋଭିଡ -୧୯ ମହାମାରୀର ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ସହ ଉପଯୁକ୍ତ କୋଭିଡ୍ ନିରୋଧୀ ଆଚରଣ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଅକ୍ଟୋବର ୭ରୁ ରାଜ୍ୟର ସମସ୍ତ ଧାର୍ମିକ ସ୍ଥାନ ଖୋଲିବ। ମହାରାଷ୍ଟ୍ର ସରକାର ତୃତୀୟ ଲହରୀ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, କିନ୍ତୁ ସତର୍କତା ଅବଲମ୍ବନ କରି ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟ ପାଇଁ କଟକଣା କୋହଳ କରୁଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ମାମଲା ହ୍ରାସ ପାଉଛି କିନ୍ତୁ ତୃତୀୟ ଲହରୀ ଆଶଙ୍କା ରହିଛି। ସେ କହିଛନ୍ତି, ଯଦିଓ କୋଭିଡ-୧୯ ର ଦୈନିକ ମାମଲା ହ୍ରାସ ପାଉଛି, ତଥାପି ସମସ୍ତେ ସାବଧାନ ରୁହନ୍ତୁ ଏବଂ କୋଭିଡ -୧୯ ପ୍ରୋଟୋକଲକୁ ଅନୁସରଣ କରନ୍ତୁ।

ଠାକରେ କହିଛନ୍ତି, ଧାର୍ମିକ ସ୍ଥଳ ଖୋଲିବାକୁ ଯାଉଛି । ଲୋକମାନେ ମାସ୍କ ପିନ୍ଧିବା ସହ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଉଚିତ। ସମ୍ପୃକ୍ତ ଧାର୍ମିକ ସ୍ଥଳ ଏହା ନିଶ୍ଚିତ କରିବେ ବୋଲି ସେ କହିଛନ୍ତି ।