କୋଭିଡ କଟକଣା ସହ ଅକ୍ଟୋବର ପହିଲାରୁ ଖୋଲିବ ରାଜ୍ୟର ସବୁ ପର୍ଯ୍ୟଟନସ୍ଥଳୀ, ବିଭାଗୀୟ ମନ୍ତ୍ରୀଙ୍କ ଘୋଷଣା | News Room Odisha

କୋଭିଡ କଟକଣା ସହ ଅକ୍ଟୋବର ପହିଲାରୁ ଖୋଲିବ ରାଜ୍ୟର ସବୁ ପର୍ଯ୍ୟଟନସ୍ଥଳୀ, ବିଭାଗୀୟ ମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର- ବିଶ୍ୱ ପର୍ଯ୍ୟଟନ ଦିବସରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟରେ ଅକ୍ଟୋବର ପହିଲାରେ ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବ । ଚଳିତବର୍ଷ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜନ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

କୋଭିଡ କଟକଣା ମଧରେ ସବୁ ପର୍ଯ୍ୟଟନ ସ୍ଥଳୀ ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ, ମନ୍ଦିର ଖୋଲିବା ନେଇ ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତି ନେବେ ବୋଲି ସେ କହିଛନ୍ତି ।