ହିମାଚଳ ପ୍ରଦେଶ: ରୋପଓ୍ବେ ମଝିରେ ଅଟକିଥିବା ସବୁ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର | News Room Odisha

ହିମାଚଳ ପ୍ରଦେଶ: ରୋପଓ୍ବେ ମଝିରେ ଅଟକିଥିବା ସବୁ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର

ଶିମଲା: ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାର ପରଓ୍ଵାନୁ ନିକଟସ୍ଥ ଟିମ୍ବର ଟ୍ରେଲ ରୋପୱେରେ ଅଟକି ଯାଇଥିବା ଏକ କେବୁଲ କାରରୁ ସମସ୍ତ ୧୧ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଏହି ଦୁର୍ଘଟଣା ସୋମବାର ଅପରାହ୍ନ ପ୍ରାୟ ୧:୩୦ ଟାରୁ ୨ଟା ମଧ୍ୟରେ ଘଟିଛି । ଏହି କେବୁଲ୍ କାର୍ ମଝି ଆକାଶରେ ଅଟକି ରହିଥିଲେ | ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି କେବୁଲ୍ କାର୍ ମଝି ବାଟରେ ଅଟକି ଯାଇଥିଲା | ଜିଲ୍ଲା ପ୍ରଶାସନ ଓ ଏନଡିଆରଏଫ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ମଧ୍ୟ ଟୁଇଟ୍ କରି କହିଛନ୍ତି ଯେ କେବୁଲ କାଳରେ ଅଟକିଥିବା ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୨ରେ ମଧ୍ୟ ହିମାଚଳ ପ୍ରଦେଶରେ ଏପରି ଏକ ଘଟଣା ଘଟିଥିଲା, ଯେତେବେଳେ ପର୍ଯ୍ୟଟକମାନେ ପରୱାନୁ କାଲ୍କା-ଶିମଲା ଜାତୀୟ ରାଜପଥ ନିକଟରେ ନିର୍ମିତ ଏକ ରୋପୱେ ଟ୍ରଲିରେ ଯାଉଥିବା ବେଳେ ଟ୍ରଲି ହଠାତ୍ ଶହ ଶହ ଫୁଟ ଉଚ୍ଚରେ ହଠାତ୍ ଅଟକି ଯାଇଥିଲା।, ଯାହା ପରେ ସେନା ସାହାଯ୍ୟରେ ଉଦ୍ଧାର କରାଯାଇଥିଲା |