ଜ୍ଞାନବାପି ମସଜିଦ ସର୍ଭେ ଉପରେ ଅଗଷ୍ଟ ୩ରେ ରାୟ ଶୁଣାଇବେ ଆହ୍ଲାବାଦ ହାଇକୋର୍ଟ | News Room Odisha

ଜ୍ଞାନବାପି ମସଜିଦ ସର୍ଭେ ଉପରେ ଅଗଷ୍ଟ ୩ରେ ରାୟ ଶୁଣାଇବେ ଆହ୍ଲାବାଦ ହାଇକୋର୍ଟ

ବାରାଣସୀ: ଜ୍ଞାନବାପି ମସଜିଦର ସର୍ଭେ ଉପରେ ଆହ୍ଲାବାଦ ହାଇକୋର୍ଟ ଅଗଷ୍ଟ ୩ରେ ରାୟ ଶୁଣାଇବେ । ଅଗଷ୍ଟ ୨ ଯାଏଁ ସର୍ଭେ କାର୍ଯ୍ୟ ଉପରେ ସ୍ଥଗିତାଦେଶ ବଳବତ୍ତର ରହିବ।

ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି।

ଗତ ସପ୍ତାହରେ ବାରାଣାସୀ ଜିଲ୍ଲା କୋର୍ଟ ମସଜିଦ ଉପରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ନିର୍ଦ୍ଦେଶ ପରେ ସୋମବାର ଏଏସଆଇ ଦଳ ସର୍ଭେ କରିବାକୁ ମସଜିଦରେ ପହଞ୍ଚିଥିଲେ। ତେବେ ସର୍ଭେ ବିରୋଧରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ।

ସୋମବାର ଦିନ ହିଁ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟ ବୁଧବାର ପର୍ଯ୍ୟନ୍ତ ଏହି ସର୍ଭେ ଉପରେ ରୋକ୍ ଲଗାଇବା ସହ ମୁସଲିମ ପକ୍ଷକୁ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ ।

ଏହା ପରେ ମସଜିଦ କମିଟି ପକ୍ଷରୁ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟରେ ସର୍ଭେ ବନ୍ଦ କରିବାକୁ ପିଟିସନ ଦାୟର କରାଯାଇଥିଲା ।