ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିମାନର ଜରୁରୀ ଅବତରଣ | News Room Odisha

ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିମାନର ଜରୁରୀ ଅବତରଣ

ଗୁଆହାଟି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିମାନର ଜରୁରୀ ଅବତରଣ ହୋଇଛି । ଘନ କୁହୁଡ଼ି ଯୋଗୁଁ ଭିଜିବିଲିଟି କମ୍ ଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିମାନ ବୁଧବାର ରାତିରେ ଅଗରତାଲାର ମହାରାଜା ବୀର ବିକ୍ରମ (ଏମବିବି) ବିମାନବନ୍ଦରରେ ଅବତରଣ କରିପାରି ନାହିଁ। ଏଟିସି ସୂତ୍ରରୁ ପ୍ରକାଶ ଯେ ଶାହାଙ୍କ ବିମାନ ଗୁଆହାଟୀର ଲୋକପ୍ରିୟ ଗୋପୀନାଥ ବୋର୍ଦ୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଇ ସେଠାରେ ଅବତରଣ କରିଥିଲା।

ଅମିତ ଶାହା ବୁଧବାର ରାତିରେ ଅଗରତାଲାରେ ପହଞ୍ଚିବାର ଥିଲା । ସେ ଏଠାରେ ଦୁଇଟି ରଥ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି | ଚଳିତ ବର୍ଷ ପ୍ରାରମ୍ଭରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିମ ତ୍ରିପୁରା ପୋଲିସ ଅଧୀକ୍ଷକ (ଏସପି) ଶଙ୍କର ଦେବନାଥ କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଏମବିବି ବିମାନବନ୍ଦରରେ ଅବତରଣ କରିବାର ଥିଲା । ତେବେ ଘନ କୁହୁଡ଼ି ଯୋଗୁଁ ବିମାନଟି ଅବତରଣ କରିପାରି ନଥିଲା। ଫଳରେ ଗୃହମନ୍ତ୍ରୀଙ୍କ ବିମାନକୁ ଗୁଆହାଟିରେ ଅବତରଣ କରିଛି ଏବଂ ସେ ସେଠାରେ ରାତ୍ରି ଯାପନ କରିଥିଲେ |