ଅମୃତପାଲ ସିଂଙ୍କ ଡ୍ରାଇଭର, ଦାଦାଙ୍କ ଆତ୍ମସମର୍ପଣ | News Room Odisha

ଅମୃତପାଲ ସିଂଙ୍କ ଡ୍ରାଇଭର, ଦାଦାଙ୍କ ଆତ୍ମସମର୍ପଣ

ଚଣ୍ଡିଗଡ଼: ଖଲିସ୍ତାନ ସମର୍ଥକ ତଥା ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂଙ୍କ ଡ୍ରାଇଭର ଓ ତାଙ୍କ ଦାଦା ପଞ୍ଜାବ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନା ଅନୁଯାୟୀ, ଡ୍ରାଇଭର ହରପ୍ରୀତ ଏବଂ ଦାଦା ହରଜିତ ସିଂ ମେହତପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ହରଜିତ ସିଂ ଅମୃତପାଲଙ୍କ ପରାମର୍ଶଦାତା ଥିଲେ। ଶନିବାର ଦିନ ଅମୃତପାଲଙ୍କ ଟ୍ରାଭେଲ କୋଡରେ ହରଜିତ ଏକ ମର୍ସିଡିଜ କାର୍ ଚଳାଉଥିଲେ । ପଞ୍ଜାବ ପୋଲିସ ସେମାନଙ୍କୁ ଗୋଡ଼ାଇବା ବେଳେ ସେ ଏବଂ ଅମୃତପାଲ ଅଲଗା ହୋଇଯାଇଥିଲେ ବୋଲି ହରଜିତ କହିଛନ୍ତି।

ପୋଲିସକୁ ଚକମା ଦେଇ ଖସି ପଳାଇଥିବା ଅମୃତପାଲ ସିଂ ଏବେ ବି ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଫ୍ଲାଗ୍ ମାର୍ଚ କରିଛି ପୋଲିସ । ଏହାଛଡ଼ା ପ୍ରଶାସନ ମୋବାଇଲ୍ ଇଣ୍ଟରନେଟ୍ ଓ ଏସ୍ଏମ୍ଏସ୍ ସେବା କଟକଣା ସୋମବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବଢ଼ାଇ ଦେଇଛି ।