ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକେ | News Room Odisha

ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକେ

ଇମ୍ଫାଲ: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଉଠିଛି । ଏହି ପାଶବିକ ଘଟଣାର ଭିଡ଼ିଓ ସାମ୍ନାକୁ ଆସିବା ପରେ ଲୋକ ତାତି ଉଠିଛନ୍ତି । ଉତ୍ତ୍ୟକ୍ତ ଲୋକେ ଘଟଣାର ମୁଖ୍ୟ ଅଭିଯୁକ୍ତ ହୁରେମ ହେରାଦାସ ସିଂଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ।ଭାଇରାଲ ଭିଡିଓରେ ପୁରୁଷ ଲୋକଙ୍କ ଭିଡ଼ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେଉଥିବା ଦେଖିବାକୁ ମିଳୁଛି ‌। ଉକ୍ତ ଦୁଇ ମହିଳାଙ୍କ ମଧ୍ୟରୁ ଜଣକୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି | ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ମେ ୪ରେ ଘଟିଥିଲା ବୋଲି କହିଛି ପୋଲିସ ।

ଉତ୍ତ୍ୟକ୍ତ ଲୋକ ମୁଖ୍ୟ ଅଭିଯୁକ୍ତ ହୁରେମ ହେରାଦାସ ସିଂଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଉତ୍ୟକ୍ତ ଭିଡ଼ରେ ଅଧିକାଂଶ ମହିଳା ଥିଲେ। ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି।