ଏସୀୟ କ୍ରୀଡ଼ା: ସୁଟିଂରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ | News Room Odisha

ଏସୀୟ କ୍ରୀଡ଼ା: ସୁଟିଂରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ

ହାଙ୍ଗଝୋ: ଊନବିଂଶ ଏସୀୟ କ୍ରୀଡ଼ାରେ ଭାରତୀୟ ସୁଟରଙ୍କ ପଦକ ବର୍ଷା ଜାରି ରହିଛି। ବୁଧବାର ଚତୁର୍ଥ ଦିନରେ ଭାରତ ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ଜିତିଛି । ଭାରତୀୟ ସୁଟର ମନୁ ଭାକର, ଇଶା ସିଂ ଏବଂ ରିଦିମ୍ ସାଙ୍ଗୱାନ 25 ମିଟର ରାପିଡ୍ ପିସ୍ତଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଏହାପୂର୍ବରୁ ୫୦ ମିଟର ଏୟାର ରାଇଫଲ ୩ ପୋଜିସନରେ ଭାରତର ଶିଫ୍ଟ କୌର, ମିନି କୌଶିକ ଓ ଆଶି ଚୋକସି ରୌପ୍ୟ ପଦକ ଜିତିଥିଲେ। ଚଳିତ ଏସୀୟ କ୍ରୀଡ଼ାରେ ଭାରତର ଏହା ସୁଟିଂରେ ଦ୍ବିତୀୟ ସ୍ବର୍ଣ୍ଣ ଓ ମୋଟ ସପ୍ତମ ପଦକ ।

ଭାରତ ଚଳିତ ଏସୀୟ କ୍ରୀଡ଼ାରେ ଏପର୍ଯ୍ୟନ୍ତ ୧୬ଟି ପଦକ ଜିତିଛି | ଏଥିମଧ୍ୟରେ ଚାରିଟି ସ୍ୱର୍ଣ୍ଣ, ପାଞ୍ଚଟି ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ପଦକ ଅଛି |