ଦିଲ୍ଲୀରେ କାଞ୍ଝାଓ୍ବାଲା ପରି ଆଉ ଏକ ମାମଲା, ସ୍କୁଟିକୁ ୩୫୦ ମିଟର ଘୋଷାଡି ନେଲା କାର୍, ଜଣେ ମୃତ | News Room Odisha

ଦିଲ୍ଲୀରେ କାଞ୍ଝାଓ୍ବାଲା ପରି ଆଉ ଏକ ମାମଲା, ସ୍କୁଟିକୁ ୩୫୦ ମିଟର ଘୋଷାଡି ନେଲା କାର୍, ଜଣେ ମୃତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କାଞ୍ଝାଓ୍ବାଲା ପରି ଆଉ ଏକ ଘଟଣା ଘଟିଛି । ଦିଲ୍ଲୀର କେଶବପୁରମ୍ ଅଞ୍ଚଳରୁ ଏହି ମାମଲା ସାମ୍ନାକୁ ଆସିଛି। କେଶବପୁରମରେ ଶୁକ୍ରବାର ଏକ କାର୍ ଡ୍ରାଇଭର୍ ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଏହା ପରେ କାର୍ ଡ୍ରାଇଭର ସ୍କୁଟି ଆରୋହୀଙ୍କୁ ପ୍ରାୟ ୩୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ ।

କେଶବପୁରମ୍ ପୋଲିସ୍ ଥାନାରେ ରୁଜୁ ଏତଲା ଅନୁଯାୟୀ ସ୍କୁଟିରେ ଦୁଇ ଜଣ ଲୋକ ଥିଲେ। କାର୍ ସେମାନଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ସ୍କୁଟି ଚଳାଉଥିବା ବ୍ୟକ୍ତି ଛିଟକି ହୋଇ କାରର ଛାତ ଉପରେ ପଡ଼ିଯାଇଥିବା ବେଳେ ସ୍କୁଟି ପଛପଟେ ବସିଥିବା ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଦିଲ୍ଲୀ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଏହି ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।