ନିର୍ବାଚନ ପୂର୍ବରୁ ୟୁପିରେ ବିଜେପିକୁ ଆଉ ଏକ ଝଟକା, ମନ୍ତ୍ରୀ ଧରମ ସିଂ ସାଇନି ବି ଦେଲେ ଇସ୍ତଫା | News Room Odisha

ନିର୍ବାଚନ ପୂର୍ବରୁ ୟୁପିରେ ବିଜେପିକୁ ଆଉ ଏକ ଝଟକା, ମନ୍ତ୍ରୀ ଧରମ ସିଂ ସାଇନି ବି ଦେଲେ ଇସ୍ତଫା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଗତ ତିନି ଦିନ ଧରି ମନ୍ତ୍ରୀ ଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ବିଜେପି ଛାଡୁଛନ୍ତି । ଏବେ ଯୋଗୀ କ୍ୟାବିନେଟରୁ ଆଉଜଣେ ପଛୁଆବର୍ଗ ନେତା ତଥା ଆୟୁଷ ମନ୍ତ୍ରୀ ଧରମ ସିଂ ସାଇନି ମଧ୍ୟ ଇସ୍ତଫା ଦେଇଛନ୍ତି । ବିଧୁନା ବିଧାନସଭାର ବିଧାୟକ ବିନୟ ଶାକ୍ୟ ମଧ୍ୟ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ଫିରୋଜାବାଦର ଶିକୋହାବାଦରୁ ବିଧାୟକ ମୁକେଶ ବର୍ମା ମଧ୍ୟ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ସମର୍ଥନ କରି ଇସ୍ତଫା ଦେଇଛନ୍ତି।

ତିନି ଦିନ ମଧ୍ୟରେ ଯୋଗୀ ଆଦିତ୍ୟନାଥ କ୍ୟାବିନେଟରୁ ତିନିଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ତିନି ମନ୍ତ୍ରୀ ଓବିସି ସମ୍ପ୍ରଦାୟର ଅଟନ୍ତି। ଏପର୍ଯ୍ୟନ୍ତ ୯ ବିଧାୟକ ବିଜେପି ଛାଡ଼ିଲେଣି । ପଶ୍ଚିମ ୟୁପିରେ ସାହାରନପୁରର ନାକୁଦ ବିଧାନସଭା ଆସନରୁ ସାଇନି ବିଧାୟକ ଥିଲେ।