କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ଚଳିତ ବର୍ଷ ଜୀବନ ହାରିଲେଣି ୨୭ ଛାତ୍ର | News Room Odisha

କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ଚଳିତ ବର୍ଷ ଜୀବନ ହାରିଲେଣି ୨୭ ଛାତ୍ର

କୋଟା: ରାଜସ୍ଥାନର କୋଚିଂ ହବ୍ କୋଟାରେ ଥମୁନି ଛାତ୍ରଙ୍କ ଆତ୍ମହତ୍ୟା ଧାରା । ଏଠାରେ ପୁଣି ଜଣେ ଛାତ୍ର ନିଜ ଜୀବନ ହାରିଛନ୍ତି । ମହମ୍ମଦ ତନବୀର ନାମକ ଜଣେ ୨୦ ବର୍ଷୀୟ ଯୁବକ ତାଙ୍କ ରୁମରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତନବୀର ଉତ୍ତର ପ୍ରଦେଶ ମହାରାଜଗଞ୍ଜର ବାସିନ୍ଦା । ତାଙ୍କ ବାପା ମଧ୍ୟ କୋଟାରେ ଏକ କୋଚିଂ ସଂସ୍ଥାରେ ଶିକ୍ଷକତା କରୁଛନ୍ତି ।

ତନବୀର କିଛି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ | ତେବେ ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ କ’ଣ ପୋଲିସ ତାହାର ତଦନ୍ତ କରୁଛି । ମୃତଦେହକୁ ଗିରଫ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯାଉଛି ।

ଚଳିତ ବର୍ଷ କୋଟାରେ ଏଯାବତ୍ ୨୭ ଜଣ ଛାତ୍ର ଆତ୍ମହତ୍ୟା କଲେଣି । କେବଳ ଗତ ଦୁଇ ମାସରେ ହିଁ ୯ ଜଣ ଛାତ୍ର ଜୀବନ ହାରିଛନ୍ତି ।