ସ୍ଥଳସେନା ମୁଖ୍ୟଙ୍କ ସୂଚନା, ଚୀନ୍ ସୀମାରେ ପରିସ୍ଥିତି ସମ୍ବେଦନଶୀଳ | News Room Odisha

ସ୍ଥଳସେନା ମୁଖ୍ୟଙ୍କ ସୂଚନା, ଚୀନ୍ ସୀମାରେ ପରିସ୍ଥିତି ସମ୍ବେଦନଶୀଳ

ନୂଆଦିଲ୍ଲୀ: ଚୀନ୍ ସୀମାରେ ପରିସ୍ଥିତି ସ୍ଥିର କିନ୍ତୁ ସମ୍ବେଦନଶୀଳ ରହିଛି ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମ ପ୍ରସ୍ତୁତି ଉଚ୍ଚ ସ୍ତରର ରହିଛି | ଆମେ ସୀମାକୁ ଯଥେଷ୍ଟ ପରିମାଣରେ ସମ୍ବଳ ପଠାଇବା ଜାରି ରଖିଛୁ, ଯାହା ଫଳରେ ଆମ ସେନା ପୂର୍ବ ଲଦାଖରେ ଯେକୌଣସି ପରିସ୍ଥିତିର ମୁକାବିଲା କରିପାରିବ ବୋଲି ସେ ଏକ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିି ।

ସେ ଆହୁରି କହିଛନ୍ତି, ଚୀନ୍ ସେନା ପକ୍ଷରୁ ଆମ ଦେଶର ସୀମାରେ ଅନୁପ୍ରବେଶ ଉଦ୍ୟମ ହୋଇଥିଲେ ମଧ୍ୟ ଆମ ତରଫରୁ ଅସ୍ତ୍ର ବିରତି ଜାରି ରହିଛି । ଏହାଛଡ଼ା ଆମ ସୈନ୍ୟବାହିନୀ ଏଲ୍ଓସି ଉପରେ ଅନୁପ୍ରବେଶ ପ୍ରୟାସକୁ ଭଣ୍ଡୁର କରିଛନ୍ତି | ଜାମ୍ମୁ କାଶ୍ମୀରରେ ହିଂସା ଘଟଣାରେ ହ୍ରାସ ଘଟିଛି। ତେବେ ରାଜୌରୀ-ପୁଞ୍ଛ ସେକ୍ଟରରେ ହିଂସା ବୃଦ୍ଧି ପାଇଛି।

ଏହି ବର୍ଷ ଆମ ସେନାର ଆଧୁନିକୀକରଣ ଏବଂ ଟେକ୍ନୋଲୋଜିର ସର୍ବାଧିକ ବ୍ୟବହାର ଉପରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତିି ।

୨୦୨୦ ଜୁନରେ ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ । ଏହା ପରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ପୁଣି ଚିନୀ ଓ ଭାରତୀୟ ସୈନିକ ମୁହାଁମୁହିଁ ହୋଇଥିଲେ ।

ଏପରି ଘଟଣା ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ତଥାପି ଚୀନ୍ ନିଜ ବିସ୍ତାରବାଦୀ ନୀତି ଛାଡ଼ୁ ନାହିଁ। ଚୀନ୍‌ର ପ୍ରତିଟି ଷଡ଼ଯନ୍ତ୍ରର ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ।