ସେନା ହେଲିକପ୍ଟର ଦୁର୍ଘଟଣା: ୧୪ରୁ ୧୩ ଜଣଙ୍କ ମୃତ୍ୟୁ, ସିଡିଏସ୍ ବିପିନ୍ ରାୱତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସସପେନ୍ସ | News Room Odisha

ସେନା ହେଲିକପ୍ଟର ଦୁର୍ଘଟଣା: ୧୪ରୁ ୧୩ ଜଣଙ୍କ ମୃତ୍ୟୁ, ସିଡିଏସ୍ ବିପିନ୍ ରାୱତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସସପେନ୍ସ

ଚେନ୍ନାଇ: ତାମିଲନାଡୁର ନୀଳଗିରି ଜିଲ୍ଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି। ସିଡିଏସ୍ ବିପିନ୍ ରାୱତଙ୍କ ବ୍ୟତୀତ ତାଙ୍କ ପତ୍ନୀ, ତାଙ୍କ ପ୍ରତିରକ୍ଷା ସହାୟକ, ସୁରକ୍ଷା କମାଣ୍ଡୋ ଏବଂ ଭାରତୀୟ ବାୟୁସେନା କର୍ମଚାରୀମାନେ ହେଲିକପ୍ଟରରେ ଥିଲେ। ତେବେ ଜେନେରାଲ ରାୱତ ଓ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ।

ଭାରତୀୟ ବାୟୁସେନା ପକ୍ଷରୁ ଟ୍ବିଟ କରି ସ୍ପଷ୍ଟ କରିଯାଇଛି ଯେ ପ୍ରତିରକ୍ଷା ମୁଖ୍ୟ ଏହି ହେଲିକପ୍ଟରରେ ଥିଲେ। ସେ ଆଜି ସକାଳେ ଦିଲ୍ଲୀରୁ ସୁଲୁର ଅଭିମୁଖେ ଯାତ୍ରା କରିଥିଲେ। ଏହି ଟ୍ବିଟରେ କୁହାଯାଇଛି, ‘ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କୁ ନେଇ ଆଇଏଏଫର ର ଏମ୍ଆଇ-୧୬ଭି୫ ହେଲିକପ୍ଟର ଆଜି କୁନୁର (ତାମିଲନାଡୁ) ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲିଛି, କିନ୍ତୁ ଜଙ୍ଗଲିଆ ଅଞ୍ଚଳ ଯୋଗୁଁ ଏଥିରେ ଅସୁବିଧା ଆସୁଛି | ସ୍ଥାନୀୟ ଲୋକ ଓ ପୋଲିସ ଦ୍ୱାରା ମୃତଦେହ ଉଦ୍ଧାର କରାଯାଇଛି |