ଜାମ୍ମୁର ଉଧମପୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ୍ ମୃତ | News Room Odisha

ଜାମ୍ମୁର ଉଧମପୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ୍ ମୃତ

ଶ୍ରୀନଗର: ଆଜି ସକାଳେ ଜାମ୍ମୁର ଉଧମପୁର ଜିଲ୍ଲାରେ ଏକ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟ୍ ଏବଂ ସହପାଇଲଟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ଲୋକମାନେ ଦୁହିଁଙ୍କୁ ଉଦ୍ଧାର କରିଥିଲେ । ତେବେ ହସ୍ପିଟାଲ ନିଆଯିବା ବାଟରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।

ପାହାଡିଆ ଉଦାମପୁର ଜିଲ୍ଲାର ଉପର ଭାଗରେ ଥିବା ଶିବଗଡ଼ ଧାରରେ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ପାଇଲଟମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଦୁର୍ଘଟଣାଗ୍ରସ୍ତ ଚପରରୁ ଟାଣି ବାହାର କରିଥିଲେ। ଏହାର‌ ଭିଡ଼ିଓ ବି ସାମ୍ନାକୁ ଆସିଛି ।