ଲକ୍ଷ୍ମୀପୁର ହିଂସା ମାମଲା: ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଖାରଜ | News Room Odisha

ଲକ୍ଷ୍ମୀପୁର ହିଂସା ମାମଲା: ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଖାରଜ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନକୁ ସିଜେଏମ୍ କୋର୍ଟ ଖାରଜ କରିଦେଇଛନ୍ତି। ସୂଚନାନୁସାରେ, ଆଶିଷଙ୍କ ଓକିଲମାନେ ଜାମିନ ଆବେଦନକୁ ଜିଲ୍ଲା ଜଜ୍ କୋର୍ଟରେ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଅକ୍ଟୋବର ୩ ରେ ଲକ୍ଷ୍ମୀପୁରରେ ହୋଇଥିବା ହିଂସାକାଣ୍ଡରେ ୪ ଜଣ କୃଷକ, ସ୍ଥାନୀୟ ସାମ୍ବାଦିକ ତଥା ବିଜେପି କର୍ମୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଆଶିଷ ମିଶ୍ର ମୁଖ୍ୟ ଅଭିଯୁକ୍ତ । ଅଭିଯୋଗ ହୋଇଛି ଯେ ଆଶିଷ ମିଶ୍ର ଏକ‌ ମହିନ୍ଦ୍ରା ଥର୍ ଏସୟୁଭି ଚାଷୀମାନଙ୍କ ଉପରେ ଚଢ଼ାଇ ଦେଇଥିଲେ । ଏହି ଘଟଣାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ପଚରାଉଚରା ପାଇଁ ଆଶିଷ ମିଶ୍ରଙ୍କୁ ଡକାଯାଇ ଶନିବାର ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା। ପଚରାଉଚରା ପରେ ଏସଆଇଟିର ନେତୃତ୍ବ ନେଉଥିବା ଡିଜି ଉପେନ୍ଦ୍ର ଅଗ୍ରୱାଲ କହିଥିଲେ ଯେ ସେ (ଆଶିଷ ମିଶ୍ର) ତଦନ୍ତରେ ସହଯୋଗ କରୁନାହାଁନ୍ତି। ବର୍ତ୍ତମାନ ଏସଆଇଟି ଆଶିଷଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଚାହୁଁଛି। ଆଶିଷ ମିଶ୍ରଙ୍କ ମୋବାଇଲକୁ ଏସଆଇଟି ଜବତ କରିଛି। ଏହି ମୋବାଇଲର ଯାଞ୍ଚ୍ ମଧ୍ୟ ଜାରି ରହିଛି ।