ବିଧାନସଭା ନିର୍ବାଚନ ଫଳାଫଳ: ୟୁପିରେ ବିଜେପି, ପଞ୍ଜାବରେ ଆପ୍ ଆଗୁଆ | News Room Odisha

ବିଧାନସଭା ନିର୍ବାଚନ ଫଳାଫଳ: ୟୁପିରେ ବିଜେପି, ପଞ୍ଜାବରେ ଆପ୍ ଆଗୁଆ

ନୂଆଦିଲ୍ଲୀ:ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏହି ପାଞ୍ଚ ରାଜ୍ୟରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ବିଜେପି ଏ ପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ବ ସିଟ୍ ରେ ଆଗୁଆ ରହିଛି । ସମାଜବାଦୀ ପାର୍ଟି ୮୦ଟି ଆସନରେ ଆଗୁଆ ରହିଛି ।

ଅନ୍ୟପକ୍ଷରେ ୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍) ଉଭୟ କଂଗ୍ରେସ ଓ ଶିରୋମଣି ଅକାଳି ଦଳ ଠାରୁ ଆଗୁଆ ଅଛି । ଟ୍ରେଣ୍ଡ ଅନୁଯାୟୀ ଆପ୍ ୪୦ରୁ ଊର୍ଦ୍ଧ୍ବ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୯ ଓ ଶିରୋମଣି ଅକାଳି ଦଳ ୧୫ଟି ଆସନରେ ଆଗୁଆ ରହିଛି । ଉତ୍ତରାଖଣ୍ଡ (୭୦) ରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବିଜେପି ଓ କଂଗ୍ରେସ ପ୍ରତ୍ୟେକ ୩୫ଟି ସିଟ୍ ରେ ଆଗୁଆ ଅଛନ୍ତି।

ଗୋଆ(୩୫)ରେ ବିଜେପି ୧୬ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଥିବା ବେଳେ ତୃଣମୂଳ କଂଗ୍ରେସ ଓ ସହଯୋଗୀ ୭ଟି ସିଟରେ ଆଗୁଆ ଅଛନ୍ତି।

ମଣିପୁର (୩୨)ରେ ବିଜେପି ୧୦ଟି ଓ କଂଗ୍ରେସ ୧୦ଟି ଆସନରେ ଆଗୁଆ ରହିଛି।