ପାକିସ୍ତାନ: ପେଶାୱାରର ଏକ ମସଜିଦରେ ବିସ୍ଫୋରଣ, ୩୦ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ | News Room Odisha

ପାକିସ୍ତାନ: ପେଶାୱାରର ଏକ ମସଜିଦରେ ବିସ୍ଫୋରଣ, ୩୦ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ

ପେଶାୱାର: ପାକିସ୍ତାନର ପେଶାୱାରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାରେ ଏକ ମସଜିଦ ଉପରେ ଆତ୍ମଘାତୀ ଆକ୍ରମଣରେ ଅତିକମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଶୁକ୍ରବାର ନମାଜ୍ ସମୟରେ ଜଣେ ଆତ୍ମଘାତୀ ଆତଙ୍କବାଦୀ ଭିଡ଼ ମଧ୍ୟରେ ବିସ୍ଫୋରଣ ଘଟାଇଥିଲା । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

ଏହି ବଡ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ରିଲିଫ ଦଳ ଘଟଣାସ୍ଥଳକୁ ଯାଇଛ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ‌। ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ। ଘଟଣାସ୍ଥଳରେ ପୋଲିସ ଏବଂ ରିଲିଫ୍ ଟିମ୍ ଆସିବା ପୂର୍ବରୁ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ବାଇକ୍ ଏବଂ କାରରେ ଡାକ୍ତରଖାନା ନେଇଥିଲେ।

ଏହି ଘଟଣା ପରେ ପେଶାୱାର ପୋଲିସ ସମଗ୍ର ଅଞ୍ଚଳକୁ ସିଲ୍ କରିଛି। ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା ଚାଲିଛି | କେଉଁ ସଂଗଠନ ଏହି ବଡ ଆତଙ୍କବାଦୀ ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଘଟଣା ପରେ ପାକିସ୍ତାନୀ ସୁରକ୍ଷା ଏଜେନ୍ସିମାନଙ୍କୁ ଆଲର୍ଟ କରାଯାଇଛି।