ଅତିକ୍ ଅହମ୍ମଦ ଓ ଭାଇ ଅଶରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା | News Room Odisha

ଅତିକ୍ ଅହମ୍ମଦ ଓ ଭାଇ ଅଶରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା

ପ୍ରୟାଗରାଜ: ମାଫିଆ ଡନରୁ ନେତା ବନିଥିବା ପୂର୍ବତନ ସମାଜବାଦୀ ପାର୍ଟି ସାଂସଦ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଉଭୟଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି । ଶନିବାର ରାତିରେ ପ୍ରୟାଗରାଜ ମେଡିକାଲ କଲେଜ ନିକଟରେ ଏହି ଘଟଣା ଘଟିଛି ।

ସୂଚନାନୁସାରେ, ଦୁଇରୁ ତିନି ଜଣ ଲୋକ ଅତିକ୍ ଓ ଆଶ୍ରାଫଙ୍କ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ସେମାନଙ୍କୁ ଗିରଫ କରିଛି। ଅତିକ୍ ଓ ତାଙ୍କ ଭାଇଙ୍କୁ ଗୁଳି ଚଳାଇବା ପରେ ସେମାନେ ସରେଣ୍ଡର କରିଥିଲେ। ତେବେ ସେମାନଙ୍କ ପରିଚୟ ଜଣାପଡ଼ିନାହିଁ । ଉମେଶ ପାଲ ହତ୍ୟା ମାମଲାରେ ଅତିକ୍ ଏବଂ ଆଶ୍ରାଫ୍ ପୋଲିସ୍ ହେପାଜତରେ ଥିଲେ।

ଦୁଇ ଦିନ ତଳେ ଅତିକ୍ ଅହମ୍ମଦଙ୍କ ପୁଅ ଅସଦ ଅହମ୍ମଦକୁ ପୋଲିସ ଏନକାଉଣ୍ଟର କରିଥିଲା । ଝାନସୀରେ ୟୁପି ପୋଲିସ ଏନକାଉଣ୍ଟରରେ ଅସଦ ଓ ତାର ସହଯୋଗୀ ଗୁଲାମ ନିହତ ହୋଇଥିଲେ । ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଥିଲା ଅସଦ ।