ତୃତୀୟ ଦିନିକିଆ: ଭାରତକୁ ହରାଇଲା ଅଷ୍ଟ୍ରେଲିଆ | News Room Odisha

ତୃତୀୟ ଦିନିକିଆ: ଭାରତକୁ ହରାଇଲା ଅଷ୍ଟ୍ରେଲିଆ

ରାଜକୋଟ୍: ତୃତୀୟ ତଥା ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆ ୬୬ ରନରେ ଭାରତକୁ ହରାଇ ଦେଇଛି । ଏହି ସାନ୍ତ୍ଵନାମୂଳକ ବିଜୟ ସହ ଅଷ୍ଟ୍ରେଲିଆ ସିରିଜ୍ କ୍ଲିନ୍ ସୁଇପ୍ ହେବାରୁ ବର୍ତ୍ତି ଯାଇଛି । ଭାରତ ଏହି ତିନି ମ୍ୟାଚ ସିରିଜକୁ ୨-୧ରେ ଜିତିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୭ ଓ୍ବିକେଟ୍ ହରାଇ ୩୫୨ ରନର ବିଶାଳ ସ୍କୋର କରିଥିଲା । ଏହାର ଜବାବରେ ଭାରତ ୪୮.୪ ଓଭରରେ ୨୮୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୮୧ ରନ୍ କରିଥିବା ବେଳେ ବିରାଟ କୋହଲି ୫୬, ଶ୍ରେୟାସ୍ ଆୟର ୪୮, ଜାଡେଜା ୩୫ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ୍ ମ୍ୟାକ୍ସଓ୍ବେଲ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ ।

ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର ଡାଭିଡ ୱାର୍ଣ୍ଣର ଓ ମିଚେଲ ମାର୍ଶ ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ୱିକେଟ ପାଇଁ ୮ ଓଭରରେ ୭୮ ରନ ଯୋଡ଼ି ଥିଲେ। ଦଳ ତରଫରୁ ୱାର୍ଣ୍ଣର ୫୬ ରନ୍, ମାର୍ଶ ୯୬, ସ୍ମିଥ ୭୪ ଓ ଲାବୁସେନ ୭୨ ରନ୍ କରିଥିଲେ । ଭାରତ ପକ୍ଷରୁ ବୁମରା ୩ଟି ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୨ଟି, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।