ଦ୍ୱିତୀୟ ଟେଷ୍ଟ: ଭାରତକୁ ୧୧୫ ରନର ଟାର୍ଗେଟ | News Room Odisha

ଦ୍ୱିତୀୟ ଟେଷ୍ଟ: ଭାରତକୁ ୧୧୫ ରନର ଟାର୍ଗେଟ

ନୂଆଦିଲ୍ଲୀ: ନାଗପୁର ଟେଷ୍ଟ ଭଳି ଏଠାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମଧ୍ୟ ତିନି‌ ଦିନରେ ଶେଷ ହେବାକୁ ଯାଉଛି । ଦ୍ବିତୀୟ ଟେଷ୍ଟରେ ଭାରତକୁ ବିଜୟ ପାଇଁ ୧୧୫ ରନର ଲକ୍ଷ୍ୟ ମିଳିଛି। ଏହାର ଜବାବରେ ଟିମ୍ ଇଣ୍ଡିଆ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ୧୪ ରନ କରିଛି । କ୍ୟାପଟେନ ରୋହିତ ଶର୍ମା ଏବଂ ଚେତେଶ୍ୱର ପୂଜାରା କ୍ରିଜରେ ଅଛନ୍ତି।

କେଏଲ୍ ରାହୁଲ ପୁଣି ଫେଲ୍ ମାରିଛନ୍ତି । ସେ ମାତ୍ର ୧ ରନ୍ କରି ଆଉଟ୍ ହୋଇ ନାଥନ୍ ଲିଅନଙ୍କ‌ ବଲରେ ଆଉଟ୍ ହୋଇଛନ୍ତି ।

ଏହା ପୂର୍ବରୁ ରବୀନ୍ଦ୍ର ଜାଡେଜାଙ୍କ ଯାଦୁକରୀ ପ୍ରଦର୍ଶନ ଆଗରେ ଅଷ୍ଟ୍ରେଲିଆ ସଂଘର୍ଷ କରି ଦ୍ୱିତୀୟ ଇନିଂସରେ ମାତ୍ର ୧୧୩ ରନରେ ଆଉଟ୍ ହୋଇଯାଇଥିଲା । ଟ୍ରାଭିସ୍ ହେଡ୍ ସର୍ବାଧିକ ୪୩ ରନ୍ କରିଥିବାବେଳେ ମାର୍ନସ୍ ଲାବୁଶେନ୍ ୩୫ ରନ୍ କରି ଆଉଟ୍ ହୋଇଥିଲେ। ଦଳର ୫ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନଥିଲେ । ଅଷ୍ଟ୍ରେଲିଆ ଏହାର ଶେଷ ୯ ଓ୍ବିକେଟ୍ ମାତ୍ର ୫୨ ରନରେ ହରାଇଥିଲା ।

ରବିନ୍ଦ୍ର ଜାଡେଜା ଭାରତ ତରଫରୁ ସଫଳ ବୋଲର ଭାବେ ୭ଟି ୱିକେଟ୍ ନେଇଥିଲେ। ଏହି ସିରିଜରେ ଦ୍ୱିତୀୟ ଥର ପାଇଁ ଜାଡେଜା ୫ରୁ ଊର୍ଦ୍ଧ୍ବ ୱିକେଟ୍ ନେଇଛନ୍ତି। ରବିଚନ୍ଦ୍ରନ୍ ଅଶ୍ୱିନ୍ ତିନୋଟି ସଫଳତା ପାଇଥିଲେ ।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୬୩ ରନ୍ କରିଥିବାବେଳେ ଭାରତୀୟ ଦଳ ୧୬୨ ରନରେ ଆଉଟ୍ ହୋଇଥିଲେ। ଭ୍ରମଣକାରୀ ଦଳ ପ୍ରଥମ ଇନିଂସରେ ମାତ୍ର ୧ ରନ୍‌ର ଅଗ୍ରଣୀ ହାସଲ କରିଥିଲା ।